ଭାରତ ମାଳା ଏନଏଚ ରାସ୍ତାକୁ ବିରୋଧ କରିଲେ ଗ୍ରାମବାସୀ

add-all

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ ଅଣ୍ଡାଳି ଜାମ୍ବାହାଲ ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳ ଗ୍ରାମରେ ଭାରତ ମାଳା ଏନଏଚ ରାସ୍ତା ନୂତନ ନିର୍ମାଣକୁ ବିରୋଧ କରିଥିଲେ ଗ୍ରାମବାସୀ | ଗୋଟିଏ ମାସ ପୂର୍ବେ ୧୨୫ ଟି ପିଲର ପୁତା ହୋଇଥିଲା ସେହି ପିଲର ଗୁଡିକୁ କେହି ଦୃବୃତ୍ତ ଉପାଡି ନେଇଥିବା ଜଣାପଡିଛି | ଆଜି ବଡ଼ମାଲ ଗ୍ରାମରେ ସବ କଲେକ୍ଟର ପାନପୋଷ ଶ୍ରୀ ବିଜୟୀ କୁମାର ନାଇକ, ତହସିଲଦାର ବିରମିତ୍ରପୁର ଶ୍ରୀମତୀ ଗୌରୀ ନାଏକ, ଅତିରିକ୍ତ ତହସିଲଦାର ଗନପତି, ଆଡିସନଲ ଏସପି କେ.ପି. ମିଶ୍ରା ସୁନ୍ଦରଗଡ଼, ପୋଲିଶ ଉପଖଣ୍ଡ ଅଧିକାରୀ ବିରମିତ୍ରପୁର ସୁଶାନ୍ତ କୁମାର ଦାସ, ରାଏବଗା ଥାନା ଅଧିକାରୀ ଆଇ ଆଇ ସୀ ବାଲୁଙ୍କେଶ୍ୱର ନାଏକ, ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନ, ଏସ ଆଇ ନିରୁପମା ମହାପାତ୍ର ଏବଂ ୪ ପ୍ଳାଟୁନ ପୋଲିସ ଫୋର୍ଷ ମୁତୟନ ହୋଇ ପିଲର ପୋଷ୍ଟିଙ୍ଗ କରାଯାଇଛି | ଏନ ଏଚକୁ ବିରୋଧ କରିଥିବା ୫ ଜଣଙ୍କୁ ଲୋକଙ୍କୁ ପୋଲିସ ଭେନରେ ଅଟକ ରଖି ପିଲର ପୋଷ୍ଟିଙ୍ଗ ସସମ୍ପୂର୍ଣ ହୋଇଥିଲା | ଗ୍ରାମର ମହିଳା ଓ ପୁରୁଷ ମାନେ ପୋଲିସ ଭେନକୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ ! ଏଡିସନାଲ ଏସପି ଓ ସବ କଲେକ୍ଟର ଲୋକଙ୍କୁ ବୁଝାସୁଝା କରିବା ପରେ ନିୟନ୍ତ୍ରଣ କରିଥିଲେ | ଏହି ଭାରତ ମାଳା ଏନ ଏଚକୁ ବହୁ ଗ୍ରାମର ଲୋକମାନେ ମଧ୍ୟରେ ସ୍ୱାଗତ କରିଥିବା ଜଣାପଡ଼ିଛି |

ad-week
Leave A Reply

Your email address will not be published.