ଛତ୍ରପୁର : ଛତ୍ରପୁର ଏନଏସି ପକ୍ଷରୁ ରିକାପଲ୍ଲୀ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟ ନିର୍ବାହି ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏନଏସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ଆଜି ଦିନରେ ନାରୀ ଆଉ ଅବହେଳିତ କି ଘରର ଚାରି କାନ୍ଥରେ ନରହି ସେ ସ୍ୱାଭିମାନୀ ଓ ସ୍ୱାବଲମ୍ବୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶୀଳା ମହାପାତ୍ର, କେ.ଚନ୍ଦ୍ର ଶେଖର ରେଡ୍ଡୀ,କନିଷ୍ଠ ଯନ୍ତ୍ରୀ ଜୋସ୍ନାମୟୀ ଜେନା, କାଉନସିଲର ଏମ୍.ୱାନି ସେନାପତି ମଚାଂସିନ ରହି ଆଜିର ଦିବସ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳ ସ୍ୱୟଂ ସହାୟିକା ଗୋଷ୍ଠୀ, ସଫଳ ଉଦ୍ୟଗୀ ସ୍ୱୟଂ ସହାୟିକା ଗୋଷ୍ଠୀ, ଭଲ ସ୍ୱଛସାଥିଙ୍କ ସମେତ ବିଭିନ୍ନ ବିଭାଗରେ ଭଲକାମ କରିଥିବା ମହିଳା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଟି.ଗଣେଷ ରେଡି, ଅମେରଶ ମହାରଣା, ଡି.ଇନ୍ଦୁ, ମମତା ପାତ୍ର,ପ୍ରତିଛନ୍ଦା ସାମଲ, ଦେବାଶିଷ ମିଶ୍ର,ସନ୍ତୋଷୀ ସେଠୀ,ବି.ନିଶ୍ଚଳା ସ୍ୱାମୀ, ସୁମନ୍ତ ନାହାକ, ଏମ.ଅରୁନ୍ଧତି ଙ୍କସମେତ ମହିଳାମାନେ ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମକୁ ଛତ୍ରପୁର ଏନଏସିର ଗୋଷ୍ଠୀ ସଙ୍ଗଠିକା ଗାୟତ୍ରୀ ସାମଲ ପରିଚାଳନା କରିଥିଲେ ।
