ଏ.ଟି.ଏମ ଠପ ଲୋକେ ହନ୍ତସନ୍ତ…! : ଆର୍ଥିକ ଅବସ୍ଥା ମାନ୍ଦାର ପ୍ରଭାବ କି…?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ମାନଙ୍କର ଅଧିକାଂଶ ଏ.ଟି.ଏମ ମେସିନ ଦୀର୍ଘ ଦିନ ହେଲା ଠପ ହୋଇଯାଇଛି। ସାଧାରଣ ଜନତା ଓ ପେନସନ ଭୋଗୀ ଟଙ୍କା ଉଠାଣ ପାଇଁ ହଟ ହଟା ହେଉଥିବା ଦେଖିଗିବାକୁ ମିଳୁଛି। ଏ.ଟି. ଏମ ଠପ ହେବା ଫଳରେ ପୂର୍ବରୁ ଏ.ଟି.ଏମ ଉପରେ ନିର୍ଭର କରୁଥିବା ଗ୍ରାହକ ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସମୟରେ ଇଣ୍ଟେର୍ନେଟ ସର୍ଭର ସ୍ଲୋ ରହୁଥିବା ଓ ହେଟୱାର୍କ ଲୁଚକାଳି ହେଉଥିବା ଯୋଗୁଁ ଫୋନ ପେ, ହେଉ କି ପେ. ଟି.ଏମ ହେଉକି ଗୁଲଲ ପେ ରେ ମଧ୍ୟ ଟଙ୍କା ଦେଣ ନେଣ ହେଉ ନାହିଁ। ସକାଳ ଓ ସନ୍ଧ୍ୟା ହେଲେ ଚାହା ଖଟିରେ ଲୋକେ ଏଟି ଏମ କୁ ନେଇ ଆର୍ଥିକ ଅବସ୍ଥା ର ପ୍ରଭାବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚର୍ଚ୍ଚା ର ବିଷୟ ହୋଇଛି। ଲୋକଙ୍କ ମନରେ ଥିବା ବିଭିନ୍ନ ଧାରଣା କୁ ଦୂର କରିବା ପାଇଁ ଆରବିଆଇ ସଚେତନତା ସୃଷ୍ଟି କରିବା ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି।

nis-ad
Leave A Reply

Your email address will not be published.