ଆସିକା ଥାନା ଅଞ୍ଚଳ ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଭାଇ ଓ ପୁଅ ମିଶି ମହିଳାଙ୍କୁ ହାଣିଲେ…..!

ମହିଳା ଥାନାର ଦ୍ଵାରସ୍ତ…

add-all


ବ୍ରହ୍ମପୁର: ସାରା ବିଶ୍ୱରେ ୮ ତାରିଖ ଦିନ ଧୁମ ଧାମରେ ମହିଳା ଦିବସ ପାଳନ କରଯାଇଛି। ସେଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କୁ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ମହିଳାଙ୍କ ସମ୍ପର୍କ ରେ ବିଭିନ୍ନ ଭାଷଣ ଦେଇ ଯାଇଥିଲେ। ସେଦିନ ଆସିକା ଥାନା ଇଲାକାର ପଥରା ଗ୍ରାମର ୩୫ ବର୍ଷୀୟା ବନିତା ବେହେରା ଖାଇପିଇ ନିଜ ଘରେ ସୋଇଥିଲେ। ଏହି ସମୟରେ ବନିତାଙ୍କ ଭାଇ ପାଣ୍ଡା ବେହେରା ଓ ପୁଅ ଦିପୁ ବେହେରା ଘର ଭିତରେ ପ୍ରବେଶ କରି ମୋତେ ଗାଳି ଗୁଲଜ କରିବା ଓ ବେକକୁ ଚିପିବା ସମୟରେ ପ୍ରତିବାଦ କରିବାରୁ ନିକଟରେ ଥିବା ଏକ ପନିକି ରେ ଆକ୍ରମଣ କରିବା ସହ କ୍ଷତ ସ୍ଥାନରେ ମରିଚି ଗୁଣ୍ଡ ଢାଳି ଦେଇଥିଲେ ବୋଲି ଏତଲା ରେ ବନିତା ଦର୍ଶାଇଛନ୍ତି। ଗୁରୁତର ଅବସ୍ଥାରେ ବନିତାଙ୍କୁ ପ୍ରଥମେ ଆସିକା ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଯାଏଁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇନାହିଁ। ମହିଳା ମାନଙ୍କ ପାଇଁ ସବୁ ରାଜନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢ଼ିବା ରେ ଲାଗିଛି। ଆଜି ଉକ୍ତ ମହିଳା ବ୍ରହ୍ମପୁର ରୁ ଆସି ଥାନାରେ ନ୍ୟାୟ ପାଇଁ ବସିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.