ଝରିଗାଁ ଓ ଉମରକୋଟ ଅଞ୍ଚଳରେ ଜୋରସୋରରେ ଚାଲିଛି ଜୁଆ ଖେଳ…


“ବଟି ନେଇ ନଜାଣିଲା ଭଳି ଅଭିନୟ କରୁଛି ପୋଲିସ ପ୍ରଶାସନ”
ଉମରକୋଟ /ଝରିଗାଁ:– ( ୧୦/୦୩/୨୦୨୫ )ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ଝରିଗାଁ ବ୍ଲକ ଏବେ ଖୁଡ଼ଖୁଡି ଓ ଜୁଆ ମାଫିଆ ମାନଙ୍କ ରାଜ ଦିନକୁ ଦିନ ବୃଦ୍ଧି ପାଇବା ଦେଖିବାକୁ ମିଲୁଛି।ବର୍ତମାନ ଉମରକୋଟ / ଝୋରୀଗାଁ ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ସମୟରେ ଶିବରାତ୍ରୀ ସହ ଯାତ୍ରା ସବୁ ପାଳିତ ହେଉଥିବା ବେଳେ ଖୁଡ଼ଖୁଡି ମାଫିଆମାନେ ସେମାନଙ୍କର ପସରା ମେଲେଇ ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି। ଯାତ୍ରା ଦେଖିବାକୁ ଆସୁଥିବା ନିରୀହ ଆଦିବାସୀମାନେ ଲୋଭର ବସଵର୍ତ୍ତୀ ହୋଇ ଏମାନଙ୍କ ଚଂଗୁଲରେ ପଡି ସର୍ବସ୍ୱାହା ହୋଇ ନିରାଶ ହୋଇ ଘରକୁ ଫେରିବା ପରେ ନିଜ ଘରେ ଅପ୍ରିତିକର ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଲୁଛି।ପୋଲିସ ପ୍ରଶାସନ ଖୁଡ଼ଖୁଡି ମାଫିଆ ମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।କୌଣସି ଗ୍ରାମରେ ବଜାର ମଣ୍ଡେଇ ହେଉଥିବା ଖବର ପାଇବା କ୍ଷଣି ଏହି ଖୁଡ଼ଖୁଡି ମାଫିଆ ମାନେ ଥାନାକୁ ଯାଇ ଖେଳ ପକେଇବା ପାଇଁ ଉମରକୋଟ / ଝୋରୀଗାଁ ଥାନାଵାଲା ମାନଙ୍କ ସହିତ ଶଳାସୁତରା ହେଉଥିବା ମଧ୍ୟ ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି। ପୋଲିସ ପ୍ରଶାସନର ଛତ୍ରଛାୟା ତଳେ ରହି ଦିନ ଓ ରାତି ଖୁଡ଼ଖୁଡି ମାଫିଆମାନେ ନିର୍ଭୟରେ ଲୋକଙ୍କୁ ଲୁଟୁଛନ୍ତି କହି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ଉମରକୋଟ / ଝୋରୀଗାଁରେ ।ପୋଲିସ ପ୍ରଶାସନ ଏଭଳି ଅସାମାଜିକ କାର୍ଯ୍ୟ କଳାପକୁ କେମିତି ପ୍ରଶୟ ଦେଉଛି ? ତାହା ସାଧାରଣ ଲୋକଙ୍କୁ ସହିତ ଅଞ୍ଚଳବାସୀଙ୍କ ଚକିତ କରି ଦେଇଛି ବୋଲି କହୁଛନ୍ତି । ବାବୁ ମାନେ ମାସିକିଆ ବଟି ଖାଇ ନିଦା ବିଷ୍ଣୁ ସାଜି ଛନ୍ତି,ଏହି ଖେଳ ପଡୁଥିବା ସ୍ଥାନ ଗୁଡିକରେ ଅନେକ ସମୟରେ ଗଣ୍ଡଗୋଳ ମାରପିଟ ହେଉଥିଲେ ମଧ୍ୟ ଦେଖିବାକୁ ମିଳେ। ପୋଲିସ ପ୍ରଶାସନ ଏହି ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବାକୁ କୌଣସି ଠୋସ ପଦକ୍ଷେପ ନେଉ ନ ଥିବା ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଉକ୍ତ ଅସାମାଜିକ କାର୍ଯ୍ୟ କଳାପ ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଆଗେଇ ଆସିବା ଉଚିତ ବୋଲି

ବୁଦ୍ଧିଜୀବୀ ମାନେ ଆମ ଗଣମାଧ୍ୟମ ପ୍ରତିନିଧି ଆଗରେ ମତ ପ୍ରକାଶ କରିଛନ୍ତି।ଯଦି ଜିଲ୍ଲା ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେଵେ ଆଗକୁ ସମାଜରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରୁଛନ୍ତି ବୁଦ୍ଧିଜୀବୀ । ଉଲ୍ଲେଖ ଥାଉ ବିଗତ ଦିନ ରାଇଘର ଅଞ୍ଚଳରେ ଖୁଡ଼ଖୁଡି ଖେଳ ଚାଲିଥିବା ବେଳେ ରାଇଘର ଥାନା ପୋଲିଶ ଅଧିକାରୀଙ୍କୁ ଏହି ଖୁଡ଼ଖୁଡି ମାଫିଆଙ୍କ ଦ୍ୱାରା ମାଡ଼ମରା ଯାଇଥିଲା କିନ୍ତୁ ଏହା ସବୁ ଦେଖିଲା ପରେ ମଧ୍ୟ ଖୁଡ଼ଖୁଡି ବାଲାମାନଙ୍କ ସହିତ ଗାଁ କମିଟି କହୁଛନ୍ତି ଆମେ ଥାନାରେ ଟଙ୍କା ବାନ୍ଧୁଛି ଆମକୁ କେହି କିଛି କରି ପାରିବ ନାହିଁ ସାଧାରଣ ଜନତା କହୁଛନ୍ତି।ଏବେ ଦେଖିବାକୁ ବାକି ରହିଲା ନବରଙ୍ଗପୁର ଜ଼ିଲ୍ଲା ପୋଲିସ ପ୍ରଶାସନ ଏହି ଅପ୍ରତିକାର ଜୁଆ ଓ ଖୁଡ଼ଖୁଡି ଖେଳ ପାଇଁ କଣ ପଦକ୍ଷେପ ନେଉଛନ୍ତି।

nis-ad
Leave A Reply

Your email address will not be published.