ବୋମାମାଡ଼ ଘଟଣାରେ ୨ ଗିରଫ

youtube

ବ୍ରହ୍ମପୁର : ରବିବାର ରାତ୍ର ୮.୩୦ ମିନିଟ ସମୟରେ ଗୋକର୍ଣ୍ଣପୁର ଗ୍ରାମର ଔଷଧ ଦୋକାନ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ଦୁଇଜଣକୁ ଗିରଫ କରିଛି ଦିଗପହଣ୍ଡି ଥାନା ପୁଲିସ । ଦିଗପହଣ୍ଡିଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟ ରାସ୍ତା ଉପରେ ଥିବା ଔଷଧ ଦୋକାନକୁ ଟାର୍ଗେଟ କରି ବୋମାମାଡ଼ ହୋଇଥିଲା । ୩ଜଣ ଦୁର୍ବୃତ ଏକ ମୋଟର ସାଇକେଲରେ ଆସି ଔଷଧ ଦୋକାନ ମାଲୀକ ପ୍ରହ୍ଲାଦ ଡ଼ାକୁଆକୁ ଟାର୍ଗେଟ କରି ୩ଟି ବୋମା ଫିଙ୍ଗିଥିଲେ । ୨ଟି ବୋମା ଦୋକାନ ସୋକେସ୍କୁ ବାଜି ଫୁଟି ଯାଇଥିବା ବେଳେ ଗୋଟିଏ ବୋମା ଦୋକାନ ମଧ୍ୟରେ ଫୁଟିଥିଲା । ତେବେ ଅଳ୍ପକେ ବର୍ତିଯାଇଥିଲେ ଔଷଧ ଦୋକାନୀ ପ୍ରହ୍ଲାଦ ଡ଼ାକୁଆ । ଖବର ପାଇ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୁଲିସ ପହଂଚି ତଦନ୍ତ କରିଥିଲା । ଦୁର୍ବୃତମାନେ ବୋମାମାଡ଼ କରି ଘଟଣା ସ୍ଥଳରେ ଫେରାର ହୋଇଯାଇଥିଲେ । ଏହି ବୋମାମାଡ଼ ଘଟଣାରେ ପୁଲିସ ୨ଜଣ ଦୁର୍ବୃତଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଗୋକର୍ଣ୍ଣପୁର ଗ୍ରାମର ଏଚ୍. ଶିବା ରେଡ଼ୀ ଓ ଏଚ୍. ଚିନ୍ତାମଣି ରେଡ଼ୀକୁ ଗିରଫ କରିଛି । ସେମାନଙ୍କ ନିକଟରୁ ବୋମାରେ ବ୍ୟବହୃତ କାଚଗୁଣ୍ଡ,ଗନପାଉଡ଼ର,ପେଟ୍ରୋଲ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ବୋମାମାଡ଼ ଘଟଣା ହୋଇଥିବା ପୁଲିସର ତଦନ୍ତ ବେଳେ ଜଣାପଡ଼ିଛି ।

Leave A Reply

Your email address will not be published.