ସମୁଦ୍ର ମୁହାଣ ଖୋଳାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଆକ୍ରମଣ, ପ୍ରତି ଆକ୍ରମଣ, ଘଟଣାରେ ଉଭୟ ଗ୍ରାମର୪୦ ଜଣ ଗିରଫ

add-all

ଚିକିଟି – ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସମୁଦ୍ର କୂଳିଆ ଗାଁ ରମେୟା ପଟ୍ଟନା ଓ କୁତୁର ଗ୍ରାମ ରେ ଦୁଇ ଦିନ ହେଲା ଲାଗିରହିଛି ଉତ୍ତେଜନା । ରମେୟ ପାଟଣା ଗ୍ରାମ ବସି ସମୁଦ୍ର ଭିତରକୁ ଡଙ୍ଗା ନେବା ପାଇଁ ମେସିନ ସାହାର୍ଯ୍ୟରେ ମୁହାଣକୁ ଖୋଳି ଥିଲେ । ଏହାକୁ ବିରୋଧ କରିଥିଲେ କୁତୁର୍ ଗ୍ରାମ ବାସୀ।ଫଳରେ ଦୁଇ ଗ୍ରାମବାସୀ ଙ୍କ ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୋଲିସ ପହଞ୍ଚି ଉଭୟ ଙ୍କୁ ନେଇ ବୈଠକ କରିଥିଲେ ହେଲେ ସମାଧାନ ର ପନ୍ଥା ବାହାରି ପାରିଲା ନାହିଁ । ଉଭୟ ଗ୍ରାମବାସୀ ପ୍ରଶାସନ ର ଉପସ୍ଥିତ ରେ ହତାହାତି ହୋଇଥିଲେ। ଫଳରେ ଉଭୟ ଗ୍ରାମର ବହୁ ଲୋକ ଆହତ ହୋଇଥିଲେ।

ଉତେଜନା କୁ ଦୃଷ୍ଟି ରେ ରଖି ବ୍ରହ୍ମପୁର ଏସ ପି ଡା. ଶ୍ରବଣା ବିବେକ ଏମ ଙ୍କ ସମେତ ବହୁ ପ୍ରସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ୪୦ ଜଣ ଅଭିଯୁକ୍ତକୁ ଗିରଫ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି, ଅଞ୍ଚଳରେ କିଭଳି ଶାନ୍ତି ବଯାଏ ରହିବ ଏବଂ ମୁହାଣ କୁ ନେଇ ସୃଷ୍ଟି ହେଉଥିବା ବିବାଦର କିଭଳି ସ୍ଥାୟୀ ସମାଧାନ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ବିବେକ କହିଛନ୍ତି।

ad-week
Leave A Reply

Your email address will not be published.