ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୁଲିସ ଚଢାଉ କରିଛି। ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେବେଳେ ଟ୍ରାକ୍ଟର ଚାଳକ ମାନେ ନଦୀ ନିକଟରେ ପୁଲିସକୁ ଦେଖି ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଥିଲା। ପୁଲିସ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ୩ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଆଗାମୀ ଦିନରେ ବେଆଇନ ବାଲି ଚୋରାଚାଲାଣ କରୁଥିବା ଗାଡି ମାଲିକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

ad-week
Leave A Reply

Your email address will not be published.