ଓଡିଶା ଜଳସାଥି ମହାସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଛତ୍ରପୁର : ନିୟମିତ ବେତନ ଏବଂ ସାମାଜିକ ନିରାପତ୍ତାର ସୁବିଧା, ସର୍ବନିମ୍ନ ବେତନ, ବାର୍ଷିକ ବୋନସ ପ୍ରଦାନ, ସମସ୍ତଙ୍କୁ ବୀମା ଭୁକ୍ତ କରିବା ସମେତ ୨୦ଦଫା ଦାବୀ ନେଇ ଓଡିଶା ଜଳସାଥି ମହାସଂଘ ଗଞ୍ଜାମ ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି, ଏନେଇ ଗଞ୍ଜାମ ଜିଲ୍ଲା ର ସୁପ୍ରଭା ରାଉତ, ନିମା ବସ୍ତିଆ ଓ ସଂଗୀତ ନାୟକ ଙ୍କ ନେତୃତ୍ୱ ରେ ବହୁ ଜଳ ସାଥି ମାନେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦେବଦତ୍ତ ପଣ୍ଡାଙ୍କୁ ଭେଟି ସ୍ମାରକ ପ୍ରଦାନ କରିଛନ୍ତି । ଏହା ସହିତ ସେମାନଙ୍କ ଦାବୀ ଗୁଡିକ ସମ୍ପର୍କ ରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ଜଳସାଥି ମାନଙ୍କୁ ସଂଗୃହିତ ଟିକସ ପରିମାଣର ବର୍ତ୍ତମାନ ର ଆୟୋଗରୁ ୭. ୫% ସର୍ବନିମ୍ନ ପ୍ରୋତ୍ସାହନ ଆୟୋଗ ୧୦% ସ୍ଥିର କରନ୍ତୁ, ଦୁର୍ଗାପୂଜା ସମୟରେ ବାର୍ଷିକ ବୋନସ ପ୍ରଦାନ କରିବା, ୟୁନିଫର୍ମ, ଜୋତା, ଛତା, ଗ୍ଲୋଭସ ଏବଂ ଦୁଇ ଚକିଆ ଯାନ ଯୋଗାଇବା, ସଂଗୃହିତ ବିଲ ଦେୟ ଜମା କରିବାରେ ସାହାଯ୍ୟ କରିବାକୁ ସେମାନଙ୍କ ଆକାଉଣ୍ଟରେ ସର୍ବନିମ୍ନ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ, ପ୍ରୋଭିଡେଣ୍ଟ ପାଣ୍ଠି ଏବଂ ଗ୍ରାଚ୍ୟୁଇଟି ପ୍ରଦାନ, ସର୍ବନିମ୍ନ ମାସିକ କ୍ଷେତ୍ର ଭତ୍ତା, ଖାଦ୍ୟ, ମୋବାଇଲ ଭତ୍ତା ପ୍ରଦାନ, ମୃତ୍ୟୁକାଳୀନ ସହାୟତା ବାବଦରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ବୈଷୟିକ ତାଲିମ ଦେବା ସହିତ ବିଭିନ୍ନ ଦାବୀ ଗୁଡିକ ଉପରେ ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି | ସେମାନେ କହିବା ଅନୁସାରେ ୨୦୧୯ରେ ରାଜ୍ୟରେ ଜଳ ଯୋଗାଣ ପରିଚାଳନାରେ ପ୍ରୋତ୍ସାହିତ କରିବା ପାଇଁ ୫ଟି ଅଧୀନରେ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଜଳସାଥି ପଦକ୍ଷେପ ଆରମ୍ଭ କରାଯାଇଥିଲା । ରାଜ୍ୟର କର୍ପୋରେଶନ, ୪୫ ମ୍ୟୁନିସିପାଲିଟି ଏବଂ ୫୯ ଏନଏସିରେ ୮୬୦ ଜଳସାଥୀ ନିୟୋଜିତ ହୋଇଛନ୍ତି। ଆଜି ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ, ଋତୁପର୍ଣ୍ଣା ପାତ୍ର, ବିଷ୍ଣୁପ୍ରିୟା ମହାରଣା ଓ ଝିଲି ସାହୁ ଙ୍କ ସମେତ ବହୁ ଜଳ ସାଥି ମାନେ ଉପସ୍ଥିତ ଥିଲେ ।