ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି

add-all

ଛତ୍ରପୁର,: ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆଶାପ୍ରାଇଡ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ରାଉରକେଲା ଅଞ୍ଚଳର ପ୍ରମୋଦ କୁମାର ମହାକୁଡ଼ ବୋଲି ଜଣାପଡିଛି । ପ୍ରମୋଦ ଗତକାଲି କିଛି ସାଙ୍ଗମାନଙ୍କ ସହ ଆଶାପ୍ରାଇଡ ହୋଟେଲର ୨୦୨ ନମ୍ବର ରୁମ୍‌ରେ ମଦ୍ୟପାନ କରିଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଦେଖି ହୋଟେଲ କର୍ମଚାରୀମାନେ ପୋଲିସକୁ ଖବର ଦେଇଥିଲେ। ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଏସଡିପିଓ ଚନ୍ଦନ ଘଡ଼ାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି , ଯେଉଁ ସାଙ୍ଗମାନଙ୍କ ସହ ସେ ଆସିଥିଲେ ସେମାନଙ୍କୁ ପୋଲିସ ପଚରାଉଚରା କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସାଇଣ୍ଟିଫେଟିକ ଟିମ ମଧ୍ୟ ପହଞ୍ଚି ତଦନ୍ତ କରିଛନ୍ତି, ଅନ୍ୟପଟେ ପୋଲିସ ଖାଇବା ପୁଡିଆ ଓ ମଦ ବୋତଲ ଜବତ କରିଛି, ୟୁଡ଼ି କେସ ନଂ ୯/୨୦୨୫ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି ପୋଲିସ, ଶବବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି

ad-week
Leave A Reply

Your email address will not be published.