୩ ବର୍ଷର ଶିଶୁ କନ୍ୟା ଅନୁଷ୍କାର କିଡ଼ନୀ ନଷ୍ଟ ଘଟଣା : ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯିବ : ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର : ଜୀବନ ସହ ସଂଗ୍ରାମ କରୁଛି ଜଣେ ୩ବର୍ଷ ର ଶିଶୁ କନ୍ୟା, ସେପଟେ ଶିଶୁ କନ୍ୟା ର ଜୀବନ ବଞ୍ଚାଇବା ନିମନ୍ତେ କାନ୍ଦି କାନ୍ଦି ସହାୟତା ନିମନ୍ତେ ନିବେଦନ କରୁଛନ୍ତି ମା , ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ପ୍ରଦାନ କରାଯିବା ନେଇ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଚମାଖଣ୍ଡି ଛକ ସ୍ଥିତ ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର ଶିଶୁ କନ୍ୟା ଅନୁଷ୍କାଙ୍କ ୨ଟି କିଡ଼ନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାଙ୍କର ବିଭିନ୍ନ ମେଡିକାଲରେ ଚିକିତ୍ସା ପରେ ଶେଷରେ କଟକ ଶିଶୁ ଭବନରେ ଡାଏଲିସିସ କରାଯାଉଛି । ଅନୁଷ୍କା ର କିଡ଼ନୀ ପ୍ରତ୍ୟାରୋପଣ ନିମନ୍ତେ ଅନୁମାନିକ ୩୦ ଲକ୍ଷ ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏଥିସହିତ ଓଡ଼ିଶାରେ ନ ହୋଇ ସୁଦୁର ବାଙ୍ଗାଲୋରରେ ଚିକିତ୍ସା କରାଯିବ। ତାଙ୍କ ନିକଟରେ ଆର୍ଥିକ ଯୋଗାଡ଼ କରିବା ରେ ଏହା ସମ୍ଭବ ନାହିଁ, ଏଥି ସକାଶେ ଅନୁଷ୍କା ଙ୍କ ବାପା ମାଆ ସହାୟତା ନିମନ୍ତେ ସମସ୍ତଙ୍କୁ ନିବେଦନ କରିଛନ୍ତି, ମା ତାଙ୍କ ଝିଅକୁ କିଡ଼ନୀ ଦେବେ ବୋଲି ମନସ୍ଥ କରିଥିଲେ ହେଁ ଅର୍ଥ ବାଧକ ସାଜିଥିଲା। ଏସମ୍ପର୍କରେ ଖବର ପ୍ରସାରଣ ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବ୍ଲକ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡଣ୍ଟ ଡାକ୍ତର ସ୍ବାଧୀନ ରଥ ସୋମବାର ଏକ ସ୍ବାସ୍ଥ୍ୟ ଟିମ ନେଇ ଅନୁସ୍କାଙ୍କ ଘରକୁ ଯାଇଥିଲେ। ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ କିଡ଼ନୀ ରୋଗୀଙ୍କ ସ୍ବାସ୍ଥ୍ୟ ବିଭାଗ ଚିକିତ୍ସା କରୁଥିବା ସୁପାତିଟେଣ୍ଡେଣ୍ଟ କହିଥିଲେ l ଭଲ ରେଫରାଲ ୟୁନିଟକୁ ପଠାଇ କିଭଳି ଶିଶୁଟିର କିଡ଼ନୀ ପ୍ରତ୍ୟାରୋପଣ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ। ଏଥି ସକାଶେ ଡିଆଇସି ନିକଟରେ ଆବେଦନ କରାଯାଇଛି, ଆସନ୍ତା ସୋମବାର କୋ ମେଡିକାଲ ରେ ତାଙ୍କର ଚିକିତ୍ସା କରାଯିବ ତାହା ସୂଚନା ମିଳିବ l
ସୂଚନାଯୋଗ୍ୟ ଅନୁଷ୍କା ଜନ୍ମର ୯ ମାସରୁ ବ୍ରହ୍ମପୁର , ଭୁବନେଶର, କଟକ ଓ ଶ୍ରିକାକୁଲମ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରିନଥିଲା l ୨୦୨୫ ଜାନୁଆରୀ ଶେଷରେ କଟକ ଶିଶୁ ଭବନରେ ଏହି ରୋଗ ଚିହ୍ନଟ ହୋଇଥିଲା। ଅନ୍ୟପଟେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁ କନ୍ୟାର କିଡ଼ନୀ ଟ୍ରାନ୍ସଫରମେସନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସୁବିଧା ପ୍ରଦାନ କରାଯିବା ନେଇ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l