ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ହାତରେ ଦୀପ ଧରି ପ୍ରତିବାଦ କଲା ନିଖିଳ ଓଡିଶା ଇ.ସି. ସଂଘ

youtube

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ନିଖିଳ ଓଡିଶା ଇ.ସି ସଂଘର ଭିନ୍ନ ଧରଣର ପ୍ରତିବାଦ ସଭା ଦେଖିବାକୁ ମିଳିଥିଲା l ସ୍ଥାନୀୟ ଭିଆଇପି ରୋଡ଼ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ମହିଳା ମାନେ ହାତରେ ଦୀପ ଧରି ସେମାନଙ୍କ ଦାବି ଉପରେ ଉପସ୍ଥାପନ କରିଥିଲେ l ନୂତନ ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମଜୀବି ମହିଳାଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ପୂର୍ନଗଠନ ଆଳରେ କରାଯାଇଥିବା ବହିସ୍କାର ଆଦେଶ ପ୍ରତ୍ୟାହାର ଦାବୀରେ ନିଖିଳ ଓଡିଶା ଇ.ସି ସଂଘ ଛତ୍ରପୁର ଶାଖା ପକ୍ଷରୁ ଏହାକୁ ପ୍ରତିବାଦ ଦିବସ ରୂପେ ପାଳନ କରାଯାଇଛି l ନିଖିଳ ଓଡିଶା ଇ.ସି ସଂଘର ସଭାପତି ଶୈଳବାଳା ରଥଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଏନେଇ ଏକ ଦାବିପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀମତୀ ରଥ ସୂଚନା ଦେଇଛନ୍ତି l

Leave A Reply

Your email address will not be published.