
ମାଲକାନଗିରି,୧୧।୩ : ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା। ୪ଦିନ ଧରି ଜିଲ୍ଲା ସଦରରେ ଦେବା ଦେବୀଙ୍କ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ସହ ପ୍ରାୟ ଏକ ମାସ ଧରି ବିଭିନ୍ନ ରୀତିନୀତି ଅନୁଯାୟୀ ବଡ ଯାତ୍ରାକୁ ନେଇ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ମାସେ ଧରି ଭକ୍ତି ମୟ ପରିବେଶ ସହ ଚଳଚଞ୍ଚଳ ହୋଇଉଠିଥିଲା ପୁରା ଜିଲ୍ଲା। ତେବେ ଜିଲ୍ଲା ସଦରରେ ବଡ ଠାକୁରଙ୍କ ଏହି ବଡ ଯାତ୍ରା ଶେଷ ହେବା ପରେ ଠାକୁର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯାହା ଫଳରେ ଭକ୍ତ ମାନେ ପୁଣି ଆସନ୍ତା ଦୁଇ ବର୍ଷ ପରେ ହେବାକୁ ଥିବା ବଡ ଯାତ୍ରାକୁ ଅପେକ୍ଷା କରି ରହିଛନ୍ତି। ଏହି ପୂଜାରେ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ଓ ଓଡିଶାର ବିଭିନ୍ନ ଅଂଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ତିନିଠାକୁର କାନ୍ନାମରାଜୁ, ବାଲାରାଜୁ ଓ ପୋତରାଜୁଙ୍କ ସହ ମା ମୁତ୍ୟାଲୁମ୍ମାଙ୍କ ଦର୍ଶନ କରି ପୂଜାର୍ଚନା କରିଥିଲୋ ଶହ ଶହ ଦିଶାରୀ, ତାନ୍ତ୍ରିକ, ପୁଜାରୀ, ଏବଂ ମହିଳା ଓ ପୁରୁଷ ଭକ୍ତ ମାନେ ମହୁରି ବାଦ୍ୟ ସହ ତାଳେତାଳେ କାଳିଶି ନୃତ୍ୟ କରି ବଡ ଠାକୁରଙ୍କୁ ବିଦାୟ ଜଣା ଯାଇଛି। ସେହିପରି ଏହି ଯାତ୍ରା ପାଇଁ ବିଭିନ୍ନ ଗ୍ରାମରୁ ଆସିଥିବା ଲାଠି ରୁପି ଦେବା ଦେବୀ ମାନେ ମଧ୍ୟ ନିଜ ନିଜ ସ୍ଥାନକୁ ଫେରି ଯାଇଛନ୍ତି। ତେବେ ବଡ ଥକରୁଅଙ୍କ ଆଗମନ ସମୟରେ ଯେପରି ତାଙ୍କୁ ବିମାନ ଯୋଗେ ନିଆଯାଏ ସେହିପରି ବିଦାୟ ବେଳେ ମଧ୍ୟ ତାଙ୍କୁ ବିମାନ ଯୋଗେ ନେଇ ମାନ୍ୟମକୋଣ୍ଡା ଠାରେ ଛଡା ଯାଇଥାଏ। ତେବେ ଏହି ବଡ ଯାତ୍ରା ଜିଲ୍ଲା ପାଇଁ କେବଳ ଯେ ଏକ ଯାତ୍ରା ତାହା ନୁହେ ବରଂ ଏହା ଜିଲ୍ଲାର ଏକ ମୁଖ୍ୟ ପର୍ବ ବୋଲି କହିଲେ ଭୁଲ ହେବ ନାହି। ତେଣୁ ଏହି ଯାତ୍ରା ଶେଷ ହେବାପରେ ଜିଲ୍ଲାରେ ଲାଗି ରହିଥିବା ଚଳ ଚଞ୍ଚଲ କମିବାରେ ଲାଗିଛି।