ମୋଟର ସାଇକଲ ଚୋରୀ ଅଭିଯୋଗରେ ଦୁଇଜଣଙ୍କୁ କୋର୍ଟଚାଲାଣ କଲା ପଡିଆ ପୋଲିସ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ପକ୍ଷ୍ୟରୁ ଏକ ମୋଟର ସାଇକେଲ ଚୋରୀ ରାକେଟ ସକ୍ରିୟ ଗ୍ୟାଙ୍ଗର ଦୁଇଜଣକୁ କାବୁ କରିଛି ପଡିଆ ପୋଲିସ । ଗିରଫ ଦୁଇଜଣ ଏମଭି ୭୯ ଗ୍ରାମର ମଙ୍ଗଲ ଦାସ ଓ ଅର୍ଜୁନ ପାଲ ବୋଲି ଜଣାପଡିଛି। ଆଜି ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରାଯାଇଛି। ସୁଚନା ମୁତାବକ ଗତ ପଡିଆ ବ୍ଲକ କାର୍ଯ୍ୟାଳୟ ନିକଟରେ ରହୁଥିବା ବିଜୟ ରାୟ ଙ୍କ ଏକ ଦାମୀ ମୋଟର ସାଇକଲ ଚୋରୀ ହୋଇଯାଇଥିଲା। ଏ ନେଇ ସେ ପଡିଆ ଥାନାରେ ଲିଖିତ ଭାବେ ଅଭିଯୋଗ କରିବାରୁ ପଡିଆ ଥାନା ଅଧିକାରୀ ରାମେଶ୍ଵର ପଧାନ ଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ନିରୋଦ କୁମାର ବାଘ ଏକ ଟିମ୍ ନେଇ କାଲିମେଳା ଓ ଏମଭି ୭୯ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଶେଷରେ ଏମଭି ୭୯ ଗ୍ରାମରେ ଉକ୍ତ ବାଇକଟିକୁ କେହି ଜଣେ ଚଳାଉଥିବା ସୂଚନା ପାଇ ଉକ୍ତ ସ୍ଥାନରେ ଚଢାଉ କରିବାରୁ ଗୋଟିଏ ୟାମାହା ମୋଟର ସାଇକଲ୍ ସହ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ଆଜି ଉଭୟଙ୍କୁ ପଚରାଉଚୁରା କରାଯିବା ପରେ ସ୍ଵାସ୍ଥ୍ଯ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଥାଉକି ଗତ କିଛି ମାସ ଧରି ପଡିଆ, କାଲିମେଳା ଓ ଏମଭି ୭୯ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଏକାଧିକ ମୋଟର ସାଇକଲ ଚୋରୀ ହେଉଥିବା ନେଇ ଥାନା ଗୁଡିକରେ ମାମଲା ରୁଜୁ ହେଉଥିଲା। ଏ ନେଇ ପୂର୍ବରୁ ମାଲାକାନଗିରି ଏସଡିପିଓ ସଚିନ ପଟେଲ ଙ୍କ ନେତୃତ୍ବରେ ଅନ୍ତରାଜ୍ଯ ସକ୍ରିୟ ଏକ ବାଇକ ଚୋରୀ ଗ୍ୟାଙ୍ଗକୁ କାବୁ କରାଯାଇଥିଲା। ଏହାର ମାସ କେଇଟା ବିତି ନଥିବା ବେଳେ ଆଜି ପଡିଆ ପୋଲିସ ପକ୍ଷ୍ୟରୁ ମୋଟର ସାଇକେଲ ଚୋରୀ ମାମଲାରେ ପୁଣି ଦୁଇଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ପଡିଆ ଥାନାରେ ମାମଲା ସଂଖ୍ୟା ୩୧/୨୦୨୫ ରୁଜୁ କରାଯାଇ ଘଟଣାର ପରବର୍ତ୍ତୀ ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଉଛି।

ad-week
Leave A Reply

Your email address will not be published.