ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ପୁନିନାଟ ଗ୍ରାମ ନିବାସୀ ଲିଲୁ ଦିଗାଲ (୩୦) ବାଇକ ଦୁର୍ଘଟଣାରେ ବୁଧବାର ସକାଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ପୁନିନାଟ ନିକଟରେ ରାସ୍ତା କାମ ଚାଲିଥିବାବେଳେ କୌଣସି ସଚେତନତା ବାର୍ତ୍ତା ମରା ଯାଇନଥିବାରୁ ମଙ୍ଗଳବାର ରାତି ନଅଟା ବେଳେ ଲିଲୁ କୌଣସି କାମରେ ନିଜ ବାଇକ ଯୋଗେ ବାଲିଗୁଡାକୁ ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ବାଇକଟି ଓଲଟି ପଡିବାରୁ ଲିଲୁ ଗୁରୁତର ଆହତ ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ ହୋଇ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l

ad-week
Leave A Reply

Your email address will not be published.