ଶ୍ରୀରଘୁନାଥ ଜୀଉ ମନ୍ଦିର ମୁଖଶାଳା ସୌନ୍ଦର୍ଯ୍ୟକରଣ ପାଇଁ ଦାବି

youtube

ନୟାଗଡ଼ : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରେ ବିରାଜିତ ସ୍ଵର୍ଣ୍ଣ କଳସ କ୍ଷେତ୍ର ରୂପେ ପରିଚିତ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଦିର କୁ ପ୍ରବେଶର ମୁଖ୍ୟ ଫାଟକ କୁ ଦେଖିଲେ ପର୍ଯ୍ୟଟକ ମାନେ ନିରୁତ୍ସାହିତ ମନେ କରୁଛନ୍ତି । ଅଣ ଓସାରିଆ ଫାଟକ ସାଙ୍ଗକୁ ଗୋଟିଏ ପାର୍ଶ୍ୱରେ ଟ୍ରାନ୍ସଫର୍ମର ସହିତ ଏଲଇଡି ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ ତାର ଗୁଡ଼ିକ ଛନ୍ଦାଛନ୍ଦି ହୋଇ ବୁଢିଆଣୀ ଜାଲର ଭ୍ରମ ସୃଷ୍ଟି କରୁଛି ।ଅନ୍ୟ ପାର୍ଶ୍ୱରେ ପଲିଥିନ ରେ ଆଚ୍ଛାଦିତ ହୋଇ ରହିଛି ଉଠା ଦୋକାନ । ଆସନ୍ତା ଏପ୍ରିଲ ୬ ତାରିଖରୁ ପ୍ରସିଦ୍ଧ ରାମ ନବମୀ ରେ ରାମ ଜନ୍ମ ବିଧାନ ସହ ନବଦିନ ସନ୍ଧ୍ୟା ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଗହଳ ଚହଳ ଲଗିରହିବ । ସୀତା ବିବାହ, ରାବଣ ପୋଡ଼ି, ଅଭିଷେକ ବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶନାର୍ଥି ଙ୍କ ଆଗମନ ର ସମ୍ଭାବନା ରହିଛି। ମନ୍ଦିର ମୁଖଶାଳା ରୁ ଯେପରି ମନ୍ଦିରର ସୋନ୍ଦର୍ଯ୍ୟ ଜଣାପଡେ ସେହିପରି ମୁଖ୍ୟ ଫାଟକ ରୁ ମନ୍ଦିର ସ୍ଥିତି କୁ ଅନୁମେୟ କରାଯାଏ । ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମ ବେଳେ ଏହି ଅଣ ଓସାରିଆ ଫାଟକ ଅନେକ ସମସ୍ୟା ସୃଷ୍ଟି କରୁଛି। ଅନେକ କାର୍ଯ୍ୟକ୍ରମକୁ ସଙ୍କୁଚିତ କରାଯାଉଛି । ତେଣୁ ମୁଖ୍ୟ ଫାଟକ ର ପଶ୍ଚିମ ପାର୍ଶ୍ୱରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଏବଂ ଏଲଇଡି ବିଦ୍ୟୁତ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ଫାଟକ କୁ ବିସ୍ତାରିତ କରାଯାଉ । ଦୋକାନୀ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ନୂତନ ଗୃହ ଗୁଡିକରେ ଦୋକାନୀ ମାନଙ୍କୁ ଥଇଥାନ କରାଯାଉ । ମନ୍ଦିରର ସୁରକ୍ଷା ତଥା ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ସହିତ ସମସ୍ତ ଦର୍ଶନାର୍ଥୀ ମାନଙ୍କ ସୁବିଧା ନିମନ୍ତେ ଏଗୁଡ଼ିକୁ ରାମ ନବମୀ ପୂର୍ବରୁ ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.