ଦୋଳପୂର୍ଣ୍ଣିମା ପାଳିତ : ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ

add-all

ବାଲିଗୁଡା : ଆଜି ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଫାଲଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ଅବସରରେ ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ଦୋଳ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିଲା। ରାଧାକୃଷ୍ଣଙ୍କର ଯୁଗଳ ମୁର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହ ସୁସଜ୍ଜିତ ବିମାନର ବିଜେ କରିଥିଲେ । ଶ୍ରୀ ରାଧାକୃଷ୍ଣ ବିମାନରେ ବିରାଜମାନ କରି ପ୍ରତି ସାହି ଗଳି କନ୍ଦି ପରିକ୍ରମା କରି ଘରେ ଘରେ ଭୋଗ ଖାଇଥାନ୍ତି। ଆସନ୍ତାକାଲି ପାଳିତ ହେବ ରଙ୍ଗର ପର୍ବ ହୋଲି । ସେପଟେ ଆଜି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହୋଇଛି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ଭାବେ ଦୋଳ ଉତ୍ସବ ପାଳନ ହୋଇଯାଇଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ନୀତି ନିର୍ଘଣ୍ଟ ଅନୁଯାୟୀ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଅବିର ଖେଳିଥିଲେ । ଏଥିପାଇଁ ଶ୍ରୀ ଜଗନ୍ନାଥ ଓ ରାଧାକୃଷ୍ଣ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଜମାଇ ନିଜ ନିଜ ଭିତରେ ମଧ୍ୟ ଫଗୁ ଅବିର ଖେଳିଥିବା ଦେଖିବାକୁ ମିଳିଥିଲା । ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ad-week
Leave A Reply

Your email address will not be published.