ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

add-all

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଭାରଷଣ୍ଡି ଡିଏନକେ (DNK) ଗ୍ରାମରେ ମହାଆଡମ୍ବର ର ସହିତ ଅନୁଷ୍ଠିତ ହୋଇ ଯାଇଛି ଅଷ୍ଟ ପ୍ରହର ମହାନାମ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ, ଗୀତା ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ। ୨୬ ଗୋଟି ପଞ୍ଚାୟତ ସହ ସୀମାକୁ ଲାଗିଥିବା ଆଖ ପାଖ ଗ୍ରାମ ଓ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ମାନେ ଅଂଶ ଗ୍ରହଣ କରିଥିଲେ। କୋଣ ଅନୁକୋଣରୁ ଏହି ମହାନାମ ସଂକୀର୍ତ୍ତନ ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ। ହରେ ରାମ, ହରେ ରାମ, ରାମ ରାମ, ହରେ ହରେ ଶ୍ରବଣ କରିବାକୁ ଶ୍ରଦ୍ଧାଲୁ ମାନଙ୍କର ଅଧିକ ଭିଡ଼ ଦେଖିବାକୁ ମିଳିଥିଲା।

ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ମଦନ ଦତ୍ତ, ସମ୍ପାଦକ କାର୍ତ୍ତିକ ଦେଉରି, କ୍ୟାସିୟର ସୁନୀଲ ବୈଦ୍ୟ ମଂଡବୀ ଦିଲୀପ ମଣ୍ଡଳ, ଦେବାନନ୍ଦ ହାଲଦାର, ବାବୁ ମାତବବାର ସହ ଗୋପାଳ ମଜୁମଦାର, ନାଗର ହୀରା, କାଲାଚାନ୍ଦ ମଣ୍ଡଳ ଓ ଭକ୍ତିମତି ମା ଶ୍ରୀମତି ସୁରଚି ଦାସ, ଶ୍ରୀମତି ମଞ୍ଜୁଳା ଵାଲା,ଶ୍ରୀମତି ବକୁଳ ମଜୁମଦାର,ଶ୍ରୀମତି ଲକ୍ଷୀ ଦତ୍ତ, ଶ୍ରୀମତି ଅଣିମା ହାଲଦାର, ଶ୍ରୀମତି ଉଜ୍ଜଳା ମୁର୍ଷିଦ, ଶ୍ରୀମତି ଗୀତା ଅଧିକାରୀ ସହିତ ପ୍ରମୁଖ ଗ୍ରାମର ଆବାଳ ବୃଦ୍ଧ ବନିତା ସହଯୋଗର ହାତ ବଡାଇ ଏହି ମହାନାମ ସଂକୀର୍ତ୍ତନର ସମସ୍ତ ଟିକି ନିକି ଉପରେ ଧ୍ୟାନ ରଖି ଅନୁଷ୍ଠାନର କାର୍ଯ୍ୟଟି ସୁ-ସମ୍ପୂର୍ଣ କରିବା ପରିଲୋକ୍ଷିତ ହେଲା।

ad-week
Leave A Reply

Your email address will not be published.