ରାୟଗଡ଼ା : ରାୟଗଡ଼ା ଉତ୍କଳ ତେଲୁଗୁ ସମାଖ୍ୟା ପକ୍ଷରୁ ତେଲୁଗୁ ନୂତନ ବର୍ଷ ଉଗାଦି ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ରାୟଗଡାରେ ସହରରେ ମହାଆଡମ୍ବରରେ ପାଳନ ହେଉଛି ଉଗାଦି ପର୍ବ । ରାୟଗଡା ଟ୍ରକ ମାଲିକ ସଙ୍ଘର ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁଙ୍କ ଦ୍ଵାରା ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଏମ ଗୋପି ଆନନ୍ଦ ସମେତ ସହରର ତେଲୁଗୁ ସମ୍ପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତେଲୁଗୁ ସମ୍ପ୍ରଦାୟଙ୍କ ପକ୍ଷରୁ ମହା ଆଡମ୍ବରରେ ଜାକ ଜମକରେ ଉଗାଦି ତଥା ତେଲୁଗୁ ପାଞ୍ଜି ଅନୁସାରେ ନୂଆ ବର୍ଷ ଉତ୍ସବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ତେଲୁଗୁ ପରିବାର ଉଗାଦୀ ପର୍ବ ଦିନରୁ ନୂଆ ବର୍ଷ ପାଳନ କରନ୍ତି । ପ୍ରତିବର୍ଷ ଉଗାଦିକୁ ଅତି ଆନନ୍ଦର ସହ ପାଳନ କରି ଆସୁଛନ୍ତି ତେଲୁଗୁ ସମ୍ପ୍ରଦାୟ। ଏହି ଅବସରରେ ରାୟଗଡ଼ା ଉତ୍କଳ ତେଲୁଗୁ ସମାଜ ପକ୍ଷରୁ ପାଳନ କରାଯାଇ ଆସୁଛି । ଉଗାଦି ଉତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାର ବହୁ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟ ଲୋକେ ସାମିଲ ହୁଅନ୍ତି । ଚଳିତ ବର୍ଷ ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଭାପତି ଶ୍ରୀ ୟାଲା କୋଣ୍ଡା ବାବୁ ସୂଚନା ଦେଇଛନ୍ତି । ଭୂମି ପୂଜନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଏମ ଗୋପି ଆନନ୍ଦ , କାଶୀ ନାଇଡୁ, ଲକ୍ଷ୍ମଣ ରାଓ, ପି.ଗୌରୀ, ଧବଳେଶ୍ଵର ନାଇଡୁ, ୱାଇ ମଧୁସୂଦନ ରାଓ, କେ,ଚନ୍ଦ୍ର ମୌଉଲି କୁମନ୍ଦନ ସମେତ କୁମୁନ୍ଦନ ପରିବାର , ଡି.ପୃଥିବୀ , କେ ଶ୍ରୀନିବାସଙ୍କ ସମେତ ଟ୍ରକ ମାଲିକ ସଂଘର କର୍ମକର୍ତା,ସଦସ୍ୟ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ । ଶହ ଶହ ବର୍ଷ ଧରି ରାୟଗଡା ସହରରେ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟ ଲୋକେ ପରସ୍ପର ସହ ସୁସମ୍ପର୍କ ରଖି ଭାଇଚାରାର ସହ ଚଳି ଆସୁଛନ୍ତି । ଉଭୟେ ଉଭୟ ଙ୍କ ପର୍ବପର୍ବାଣୀରେ ସାମିଲ ହେଇ ଆସୁଛନ୍ତି । ରାୟଗଡ଼ ରେ ତେଲୁଗୁ ଓ ଓଡ଼ିଆ ସମାଜ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇ ରହି ଆସିଛି ।ଚଳିତ ବର୍ଷ ମଧ୍ୟ ପୂର୍ବ ପରି ତେଲୁଗୁ ନୂତନ ବର୍ଷ ଉଗାଦୀ ଓ ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅତି ଆଡମ୍ବର ସହକାରେ ପାଳନ କରାଯିବ ବୋଲିପ୍ରକାଶ କରିଛନ୍ତି ।
ସହରରେ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟ ର ଲୋକେ ବସବାସ କରୁଥିବାରୁ ସହରରେ ଶାନ୍ତି ମୈତ୍ରୀ ଓ ସଦ ଭାବନା ଭାଇଚାରା ରକ୍ଷା ଆମର ପ୍ରଥମ ଧର୍ମ ହେବା ଆବଶ୍ୟକ ବୋଲି ଉଭୟ ଗୋପୀ ଓ କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କରିଥିଲେ l ଆମେ ଉଭୟ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟ ର ବ୍ୟକ୍ତି ଙ୍କ ସହଯୋଗ ରେ ଗତ ଦୁଇ ବର୍ଷ ଧରି ଉତ୍ସବ ପାଳନ କରିଆସୁଛୁ ବୋଲି କହିଥିଲେ ।
