ହୋଲିରେ ଗଡ଼ିଲା ମୁଣ୍ଡ, ଛୁରୀରେ ଭୁସି ଯୁବକଙ୍କୁ ହତ୍ୟା, ଆକ୍ରମଣକାରୀ ଅଟକ

ବ୍ରହ୍ମପୁର : ହୋଲିରେ ସାରା ବ୍ରହ୍ମପୁର ଉତ୍ସବ ମୁଖର ରହିଥିବା ବେଳେ ଘଟିଛି ଅଭାବନୀୟ ଘଟଣା,ହୋଲିରେ ଗଡ଼ିଲା ମୁଣ୍ଡ. ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ । ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।
ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ ହୋଇଛି । ପପୁନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ହତ୍ୟା କରିଥିବା ଅଭିଯୋଗ ହୋଇଛି। ହୋଲି ଖେଳିବା ପରେ ରାମ ନିଜ ଘରେ ଅନ୍ୟ ଏକ ସାଙ୍ଗସହ ବସି କଥା ହେଇଥିବା ବେଳେ ପପୁନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମ ମଧ୍ୟରେ ବଚସା ହୋଇଥିଲା । ପରେ ପପୁନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ବେକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାମ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରୀ ଭୂଷି ଏଭଳି କାଣ୍ଡ କରିଥିବା କୁହା ଯାଉଛି। ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକ ରାମ ପାତ୍ରଙ୍କ ପରିବାରଙ୍କ ପକ୍ଷରୁ କହିଛନ୍ତି। ସେପଟେ ଆକ୍ରମଣକାରୀ ପପୂନୁଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି. ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ଜଣାପଡିବ ବୋଲି ବ୍ରହ୍ମପୁର ଏସ. ପି କହିଛନ୍ତି ଡା. ସର୍ବଣା ବିବେକ ଏମ କହିଛନ୍ତି।

nis-ad
Leave A Reply

Your email address will not be published.