ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଷ୍ଟାର କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ମହୋନକଲୋନି ଓ ଉପଖଣ୍ଡ ଚିକିତ୍ସାଳୟ ନିକଟ ପଡିଆଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଦିବାରାତ୍ର ଜୟବଜରଙ୍ଗବାଲି ଭଲିବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ପ୍ରମୁଖ ଦଳ ଗୁଡିକ ହେଲା ଦାରିଙ୍ଗବାଡି ,ଅଡବା,ଚାନ୍ଦିପୁଟ,ପାଣିଗଣ୍ଡା,ବାରଖମା,ସୋରଡା ଋଷିକୁଲ୍ୟା, ଗଞ୍ଜାମ ର ପାୱାର ସିକ୍ସ,ରେଣ୍ଡମସିକ୍ସ ମଧ୍ୟରେ ଯୋରଦାର ମୁକାବିଲା ହୋଇଥିଲା । ପାୱାର ସିକ୍ସ କୁ ହରାଇ ଦାରିଙ୍ଗବାଡି ସେମିଫାଇନାଲରେ ଓ ଗଜପତି ଚାନ୍ଦିପୁଟ କୁ ହରାଇ ବାରଖମା ସେମିଫାଇନାଲ କୁ ଯାଇଥିଲା।ଶେଷରେ ଫାଇନାଲ ମ୍ୟାଚ ବାରଖମା ଓ ଦାରିଙ୍ଗବାଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଦୁଇ ଦଳ ମଧ୍ୟରେ ୫ଟି ଖେଳ ସଂଘର୍ଷପୂର୍ଣ୍ଣ ଲଢାଇ ପରେ ୩-୨ ସେଟରେ ଦାରିଙ୍ଗବାଡି କୁ ପରାସ୍ତ କରି ବାରଖମା ଚାମ୍ପିୟନ ଓ ଦାରିଙ୍ଗବାଡି ରନର୍ସ ଆଖ୍ୟା ଅର୍ଜନ କରିଥିଲେ । ଚମ୍ପିୟାନ ଦଳକୁ ୨୨ ହଜାର ୫୦୦ଟଙ୍କା ସହ ଟ୍ରଫି ରନର୍ରସପ୍ ଦଳକୁ ୧୭ ହଜାର୫୦୦ ଟଙ୍କା ଅର୍ଥରାଶିସହ ଟ୍ରଫି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ସମ୍ମାନିତ ଅତିଥି ଭାବେ ସମ୍ବିତ ସାମଲ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ହିଞ୍ଜିଳିକାଟୁ ଷ୍ଟାର କ୍ଳବ ଆନୁକୁଲ୍ୟରେ ଜୟବଜରଙ୍ଗବାଲି ଭଲିବଲ ଟୁର୍ଣ୍ଣାମେଣ୍ଟ ୭ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ଶୁକ୍ରବାର ଉଦଯାପିତ ହୋଇଥିବା ତରୁଣ କୁମାର ପଣ୍ଡା ସୁଚନା ଦେଇଛନ୍ତି। ଭଲିବଲ ଟୁର୍ଣ୍ଣାମେଣ୍ଟ ରେ ରେଫରୀ ଭାବେ ରାମକୃଷ୍ଣ ଭଞ୍ଜ,ରେଫରୀଙ୍କସହକାରୀ ସୀମାପାଳ ଭାବେ ମିଥୁନ ସିଅ,ସ୍ରୀନୁ ବିଶ୍ୱାସରାୟ, ସନ୍ତୋଷ ବେହେରା,ପ୍ରଶାନ୍ତ କୁମାର ଡାକୁଆ,ଙ୍କ ସହ ମୁଖ୍ୟ ପରିଚାଳକ ସୁବାସ ଚନ୍ଦ୍ର ଅଧିକାରୀ ଓ ଏଙ୍କର ଭାବେ ବଳରାମ ପୋଲାଇ ଦାୟିତ୍ୱ ତୁଲାଇଥିଲେ ।ଷ୍ଟାର କ୍ଳବ ଭଲିବଲ ଆସୋସିଏସନର ସଭାପତି ବସନ୍ତ କୁମାର ଉପାଧ୍ୟାୟ, ସମ୍ପାଦକ ସୁଶାନ୍ତ କୁମାର ସାବତ (ବାବୁଲା),ଟିକିରି ଗୈାଡ, ଶାନ୍ତନୁ ପୃଷ୍ଟି,କାଳୁସେଠୀ, ଅଜିତ ନାୟକ,ସୁଧିର ପାଢି,ବୁଲୁଡୁ ପାତ୍ରଙ୍କ ସମେତ କ୍ଳବ୍ ର ସମସ୍ତ କର୍ମକର୍ତ୍ତା ଓ ସଭ୍ଯମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ
