ନିଜ ଅଞ୍ଚଳବାସୀଙ୍କ ସହିତ ହୋଲି ଉତ୍ସବ ମନାଇଲେ ଗଣଶିକ୍ଷା ମନ୍ତ୍ରୀ

ଉମରକୋଟ / ରାଇଘର : ଆଜି ରଙ୍ଗ ଆଉ ପ୍ରେମରେ ପର୍ବ ହୋଲି। ଫାଲ୍ଗୁନ ପୂର୍ଣ୍ଣିମା, ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ରଙ୍ଗ ହିଁ ତୋ ସୌନ୍ଦର୍ଯ୍ୟର ପ୍ରତିକ। ସେ ରଙ୍ଗ ଋତୁଫୁଲରେ, ପ୍ରାକୃତିକ ରଙ୍ଗ, ପ୍ରୀତି ପୂର୍ବକ ରଙ୍ଗେଈ ହେବାର ପର୍ବ। ଏହି ପବିତ୍ର ହୋଲି ଉତ୍ସବର ପ୍ରତ୍ୟେକ ରଙ୍ଗ ଆଧ୍ୟା୍ମିକ ଅର୍ଥ ଵହନ କରିଥାଏ। ସବୁଜ ରଙ୍ଗ ଶ୍ୟାମଳ ରଙ୍ଗ, ବୃକ୍ଷରାଜିର ପ୍ରଗତିର ପ୍ରତିକ, ଲାଲ ରଙ୍ଗ ଶକ୍ତିର ପ୍ରତିକ, ଗୋଲାପୀ ରଙ୍ଗ ପ୍ରେମରେ ପ୍ରତିକ, ଶିଶୁ ପରି ନିର୍ମଲତାର ପ୍ରତିକ, କମଳା ରଙ୍ଗ ତ୍ୟାଗ, ବୈରାଗ୍ୟ ଚି଼ହ୍ନ। ହଳଦିଆ ରଙ୍ଗ ବ୍ରହ୍ମଚର୍ଯ୍ୟ ଓ ଜ୍ଞାନର ସଂବାହକ ହୋଇଥାଏ। ଆଜି ଆଦି ଅନ୍ତ ହରିହରଙ୍କ ମିଳନର ଦିନ। ମୈତ୍ରିର ତିଥି ଚନ୍ଦନ କର୍ପୁର ସହ ଅବିର ମିଶାଇ ପ୍ରସ୍ତୁତ ରଙ୍ଗ ପରସ୍ପରକୁ ଲେପନ କରାଯାଏ। ଏହାର ଆନ୍ତରିକ ମହତ୍ବ ବୁଝି ସେଇ ସାତ୍ଵିକ ଭାବକୁ ଧାରଣ କରି ନିଜ ଜୀବନର ସକଲ ଅସୂୟାକୁ ଶୂନ୍ୟ କରିବା, ମୈତ୍ରୀ ଭାବର ଉନ୍ମିଲନ କରିବାର ଦିନ “ହୋଲି”। ଆଧ୍ୟାମିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପ୍ରକୃତିର ଅନନ୍ତ ଅପୂର୍ବ ରୂପ ଛଟାର ଅନୁଭବ। ହସ ଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଛି ରଙ୍ଗର ପର୍ବ ” ହୋଲି”। ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡେ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ। ଅବିରର ଏକ ମନ ମତାଣିଆ ସୁଗନ୍ଧ। ଅଧର୍ମର ନାଶ,ଓ ଧର୍ମ ପ୍ରତିଷ୍ଟା ପାଇଁ ଭଗବାନ ଶ୍ରୀକୃଷ୍ଣ ଧରାବତରଣ ଓ ତାଙ୍କର ଦଶାବତାରର ଦିବ୍ୟ ଲୀଳାଖେଳାର ସ୍ୱରୂପ ହେଉଛି ଏହି ହୋଲି ଉତ୍ସବ। ଭାରତୀୟ ସଂସ୍କୃତିରେ ହୋଲି ଉତ୍ସବକୁ ଐଶ୍ୱରିୟ ଶକ୍ତିର ଉତ୍ସ ଭାବେ ମଧ୍ୟ ଗ୍ରହଣ କରାଯାଇଛି। ଏହି ପରି ମହତ ହୋଲି ଉତ୍ସବଟି ପାଳନ କରିବାପାଇଁ ମାନନୀୟ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ମନ୍ତ୍ରୀ (ଓଡିଶା )ନିଜ ଅଞ୍ଚଳବାସୀଙ୍କ ପ୍ରତି ପ୍ରେମ ପ୍ରୀତି ସଦଭାବନା ରଖି,ନିଜ ପୈତିକ ଓ ଜନ୍ମ ମାଟିକୁ ନ ଭୁଲି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସବୁଆଡେ ବୁଲି ହର୍ଷ ଓ ଉଲ୍ଲାସର ସହିତ, କୋଦଭାଟା କାଳୀ ମନ୍ଦିର ପ୍ରାଙ୍ଗଣରେ ନିଜର ବରିଷ୍ଟ କର୍ମୀ ମାନଙ୍କ ସହିତ ହୋଲି ଉତ୍ସବ ମନାଇବା ପରିଲୋକ୍ଷିତ। ଏମଏଲଏ (MLA) ର କାର୍ଯ୍ୟକର୍ତ୍ତା ପ୍ରତିନିଧି ଶ୍ରୀ ଶିବନାଥ ବାନାର୍ଜୀ,ବିଶୁ ଶିଳ,ଦୀପକ ବାରଇ, ଇତାଂସୁ ବାରଇ, ଅବସାରପ୍ରାପ୍ତ ଶିକ୍ଷକ ସୁକୁମାର ହାଲଦାର, ଶିକ୍ଷକ ନେପାଳ ଦେ, ରଞ୍ଜିତ ସାହା, କୋଦଭାଟା କାଳୀ ମନ୍ଦିର ସଭାପତି ଅଞ୍ଜନ କାନ୍ତି ଵାଲା, ଶିକ୍ଷକ ମିହିର କାନ୍ତି ଢାଳି, ଆଡ଼ଭୋକେଟ କମଳ ବାଛାର, ଶିକ୍ଷକ ସୁବ୍ରତ ବିଶ୍ୱାସ,ନିତାଇ ପାଳ, ଶିକ୍ଷକ ଭୀମ ପାଳ ଓ ଅନ୍ୟ ଅନ୍ୟଙ୍କ ସହିତ ପ୍ରମୁଖ କୋଦଭାଟା ମାତୃ ସଂଘ ଏକତ୍ରିତ ହୋଇ ଏହି ପବିତ୍ର ହୋଲି ଉତ୍ସବଟି ମାନନୀୟ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ମନ୍ତ୍ରୀ, ପାଳନ କରିବାରୁ କାଳୀ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ସମସ୍ତେ ପ୍ରଶଂସା କରିଥିଲେ |

nis-ad
Leave A Reply

Your email address will not be published.