ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଅନ୍ତର୍ଗତ ଦଲକି, ସଳଙ୍ଗାବାହାଲ ଓ ଝୁନମୁର ଅଞ୍ଚଳରେ ଥିବା ଶଙ୍ଖ ଓ ଲୁଡ଼କି ନଦୀରୁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଚୋରା ବାଲି ଚାଲାଣ ହେଉଥିଲା ! ବାରମ୍ବାର ତହସିଲ, ବନଖଣ୍ଡ,ମାଇନିଙ୍ଗ ଓ ପୋଲିସଙ୍କୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ କେହି ପଦକ୍ଷେପ ନେଉ ନ ଥିଲେ ! ଆଜି ରାଏବଗା ପୋଲିସ ଅଧିକାରୀ ଶ୍ରୀ ବାଳୁଙ୍ଗକେଶ୍ୱର ନାଏକ ଗୋଟିଏ ଟିମ ଗଠନ କରି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଳଙ୍ଗାବାହାଲ, ଦଳକି ଓ ଝୁନମୁର ଅଞ୍ଚଳରେ ଥିବା ଲୁଡ଼କି ନଦୀ ଓ ଶଙ୍ଖ ନଦୀରେ ଅତିରିକ୍ତ ଭାବରେ ଚଢାଉ କରି ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଦୁଇଟି ଟିପର ଓ ଗୋଟିଏ ହା୍ୱା ଡମ୍ଫର ଧରିବାରେ ସଫଳ ହୋଇଥିଲେ ! ଏହି ଗାଡି ଗୁଡ଼ିକର କାଗଜ ପତ୍ର ଯାଞ୍ଚ କରିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ !
