ଧରାକୋଟ ଅଞ୍ଚଳ ରେ ଗୋଦି ମିଡ଼ିଆ ର ଆତଙ୍କ ରାଜ, ଠିକାଦାର ବ୍ୟବସାୟୀ ଅତିଷ୍ଠ…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଗୋଦି ମିଡ଼ିଆ ମାଳ ମାଳ ଜିଲ୍ଲା ପ୍ରଶାସନ ର ଅପାରଗତା ହିଁ ମୁଖ୍ୟ କାରଣ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ସୂଚନା ଥାଉକି ଧରାକୋଟ ବ୍ଲକ ଅଞ୍ଚଳ ରେ ମାର୍ଚ୍ଚ ମାସ ର ଆଳ ଦେଖାଇ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ତିନି ଜଣ ବ୍ୟକ୍ତି ଗୁଆ ଦେବା ଆରମ୍ଭ କରିଥିବା ମଧ୍ୟ ଅଭିଯୋଗ ହେଉଛି। ବାଲି ଘାଟ, କ୍ରସର, ଇଟା ଭାଟି, ଧାନ ମିଲେର ଓ ଠିକାଦାର ମାନଙ୍କ ପାଖକୁ ଯାଇ ମାର୍ଚ୍ଚ ମାସ ଆମ ଲେଖା ବୁଝ ବୋଲି କହୁଥିବା କୁ ନେଇ ଆଲୋଚନା ହେଉଛି। ପ୍ରତିଦିନ ମେଳି ବାନ୍ଧି ନିଜ ଚେନେଲରେ ଖବର ପ୍ରକାଶ କରିବେ ବୋଲି ବ୍ୟବସାୟୀ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।
ମୁଣ୍ଡମରେଇ ର ଏକ ଧାନ ମିଲେର ପାଖରୁ ଏହି ତିନି ଜଣ ଗୋଦି ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ମୋଟା ଅଙ୍କର ଅର୍ଥ ନେଇ ଉକ୍ତ ମିଲେର ର କର୍ମଚାରୀ ମାନେ ଜଣେ ସମିତି ସଭ୍ୟ କୁ ମାଡ଼ ମାରିବା ନେଇ ଖବର ପ୍ରକାଶ ନକରି ଉକ୍ତ ଘଟଣା କୁ ଥାନାରେ ରଫା ଦଫା କରିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏବେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ଏହି ତିନି ଜଣଙ୍କ ପ୍ରତି ବିଭିନ୍ନ ସଂଘ ପକ୍ଷରୁ ପ୍ରତିବାଦ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡିଛି। ଗତ ସଂକ୍ରାନ୍ତି ଦିନ ବାଲି, ଇଟା, କ୍ରସର ର କିଛି ବ୍ୟବସାୟୀ ଏକ ଗୁପ୍ତ ବୈଠକ କରି ଯେଉଁ ତିନି ଜଣ ଧରାକୋଟ ବ୍ଲକ ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରୁଛନ୍ତି। ସେମାନଙ୍କ ପରିଚୟ ଓ ମୋବାଇଲ ନମ୍ବର ଚେନେଲ ସମ୍ପର୍କ ରେ ବ୍ୟବସାୟୀଙ୍କୁ ବାରଣ କରିବାକୁ କୁ ଫର୍ମାନ ଜାରି କରାଯାଇଥିବା ଚର୍ଚ୍ଚା ହେଉଛି। ଗତ ଫେବୃଆରୀ ମାସ ୧୨ ତାରିଖ ଦିନ ଏହି ତିନି ଜଣକ ନାମ ନେଇ ଜଣେ ନିର୍ବାଚିତ ପ୍ରତିନିଧି ଅର୍ଥ ଦାବୀ କରୁଥିବା ସମ୍ପର୍କ ରେ ଏକ ଭିଡିଓ ଭାଇରଲ ବି ହୋଇଥିଲା. କିଛି ଦିନର ନୀରବତା ପରେ ପୁଣି ଏବେ ମାର୍ଚ୍ଚ ମାସର ଆଳ ଦେଖାଇ ସରକାରୀ କର୍ମଚାରୀ, ଠିକାଦାର ଓ ବ୍ୟବସାୟୀ ମାନଙ୍କୁ ବଟି ମାଗୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବାକୁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି l ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ମାଳ ମାଳ ଗୋଦି ଓ ନକଲି ସାମ୍ବାଦିକ ବୃଦ୍ଧି ପାଇବା ରେ ଲାଗିଛି, ବର୍ତ୍ତମାନ ଅସଲି କିଏ ନକଲି କିଏ ବୋଲି ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l ଏଥିରେ ମୁଖ୍ୟତଃ ସରକାରୀ ଅଫିସର ଯଥା ଯେ.ଇ ଆଉ ଏସ ଡି. ଓ ମାନେ ବଳି ପଡୁଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଜଣେ ଅଫିସର ନିଜ ନାମ ଗୋପନ ରଖି ମିଡ଼ିଆ ଆଗରେ ସ୍ପଷ୍ଟୀକରଣ ଦେଇଛନ୍ତି l

ad-week
Leave A Reply

Your email address will not be published.