ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ : ସାଂସଦ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା, ଏସ.ପି ଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ

add-all

ଦିଗପହଣ୍ଡି : ଦିଗପହଣ୍ଡି ଗଡ଼ଗୋବିନ୍ଦପୁର ଗାଁରେ ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଘଟଣାରେ ଏସ. ପି ଙ୍କୁ ସାକ୍ଷାତ କରିଲେ ସରପଞ୍ଚ. ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି।ହୋଲି ଖେଳକୁ ନେଇ ଗାଁର ୨ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।. ଏହି ଘଟଣାରେ ପୂର୍ବତନ ସରପଂଚ କେ.ହାରିବନ୍ଧୁ ରେଡ୍ଡୀଙ୍କୁ କିଛି ଦୁବୃତ୍ତ ଆକ୍ରମଣ କରିଥିଲେ ।

ହରିବନ୍ଧୁ ରେଡ୍ଡୀଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲରେ ଭର୍ତ୍ତି କରିଥିଲେ ଏବଂ ଗୁରୁତର ଅବସ୍ଥା ପରେ ବ୍ରହ୍ମପୁର ସ୍ଥାନାନ୍ତର କରଯାଇଥିଲା। ତେବେ ହରିବନ୍ଧୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ତାଙ୍କ ସମର୍ଥକ ମାନେ ଆଜି ଏସପି ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।ଏହି ଘଟଣାରେ ପୁଲିସ ଦୁଇ ଗୋଷ୍ଠୀର ପୃଥକ ପୃଥକ ଭାବେ ଦୁଇଟି ମାମଲା ୠଜୁ କରି ତଦନ୍ତ କରୁଛି ।ଗୋଟିଏ ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାମଲାରେ ମଧ୍ୟ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ. ପି ଡା. ସର୍ବଣା ବିବେକ ଏମ କହିଛନ୍ତିl

ad-week
Leave A Reply

Your email address will not be published.