ଟ୍ରାଫିକ ସମସ୍ୟାରେ ଆସିକାବାସୀ ଅଣନିଶ୍ୱାସୀ : ପ୍ରଶାସନ ନିରବଦ୍ରଷ୍ଟା .!

youtube

ଗାଲୁଆ ପ୍ରଶାସନ ଯୋଗୁଁ ଲୋକେ ହନ୍ତସନ୍ତ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗମନା ଗମର କେନ୍ଦ୍ର ସ୍ଥଳୀ ଆସିକା। ଆସିକା ସହରରେ ଅଶୋକା ସିନେମାହଲ ଓ ଖମ୍ବେଶ୍ବରୀ ପାଟଣା ରୋଡ଼ କେବଳ ଦୁଇଟି ରାସ୍ତା ଦେଇ ବିନାୟକ ବଜାର, ଲକ୍ଷ୍ମୀ ବଜାର ଓ ବସଷ୍ଟାଣ୍ଡ ଯିବାକୁ ହୁଏ। ଅଶୋକା ସିନେମା ହଲ ନିକଟରୁ ଲକ୍ଷ୍ମୀବଜାର ପର୍ଯ୍ୟନ୍ତ ପ୍ରତି ଦଶ ମିନେଟ ରେ ଟ୍ରାଫିକ ଜାମ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିରହେ। ଅଶୋକା ସିନେମା ହଲ ଠାରୁ ଭାଗବତ ମଠ ପର୍ଯ୍ୟନ୍ତ ଜବର ଦଖଲ ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ସଂକୋଚନ ହୋଇଛି। ଏହି ରାସ୍ତାରେ ଦୁଇଟି ବାଇକ ଏକା ଥରକେ ଯିବା ଆସିବା ପାଇଁ ସତର୍କତା ଅଵଲମ୍ବନ କରିବାକୁ ହୁଏ। ଯଦି ଚାରି ଚକିଆ ଯାନ ଏହି ରାସ୍ତା ଦେଇ ଯିବାକୁ ହୁଏ ତାହା ହେଲେ ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତ ରେ ବାଧା ସୃଷ୍ଟି ହୁଏ। ଜବର ଦଖଲ ସାଙ୍ଗକୁ ଅଶୋକା ସିନେମା ହଲ ଠାରୁ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ନିକଟରେ ଦୁଇ ଚକିଆ ଯାନ ରହିବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦିଏ। ଏହି ଅଣଓସାରିଆ ରାସ୍ତାରେ ଦୁଇ ଜବର ଦଖଲ ଉଚ୍ଛେଦ କରି ଦୁଇ ଥାକିଆ ରାସ୍ତା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମାଷ୍ଟେର ପ୍ଲାନ ବାରମ୍ବାର ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଜବର ଦଖଲ ଉଚ୍ଛେଦ ହୋଇ ପାରୁନାହିଁ। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାଜସ୍ବ ବିଭାଗ କୁ ବାରମ୍ବାର ପତ୍ର ମାଧ୍ୟମରେ ଜଣେଇଲେ ବି କୌଣସି ସୁଫଳ ମିଳୁନାହିଁ।ସାରା ରାଜ୍ୟରେ ଜବର ଦଖଲ ଉଚ୍ଛେଦ ହେଉଥିଲେ ବି ଆସିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଜବର ଦଖଲ କଥା ଆଲୋଚନା ହେଲେ ରାଜସ୍ୱ ବିଭାଗ ଧର୍ମକୁ ଆଖିଠାର ଭଳି କିଛି ବ୍ୟବସାୟ ପ୍ରତିଷ୍ଠାନ କୁ ନୋଟିସ ଖଣ୍ଡେ ଦେଇ ସଲାସୁତାରା ହେବା ପରେ ଚୁପଚାପ ରହିଯାଏ ବୋଲି ଚର୍ଚ୍ଚା ହୁଏ। ଆସିକା ଅଞ୍ଚଳ ରେ ଜବର ଦଖଲ କଥା ବହୁଥର ବିଧାନସଭା ରେ ଆଲୋଚନା ହେବାର ନଜିର ରହିଛି। ଆସିକା ଅଞ୍ଚଳରେ ଥିବା ଅଣ ଓସାରିଆ ରାସ୍ତା ଓ ସଂକୁଚିତ ଥିବା ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରିବାକୁ ସଚେତନ ମହଲ ରୁ ଦାବୀ ହେଉଛି।

Leave A Reply

Your email address will not be published.