ଗାଁସାଥୀଙ୍କ ବିକ୍ଷୋଭ ଦାବି ପୂରଣ ନ ହେଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ନେଇ ଚେତାବନୀ

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ଵାଳଙ୍କ ଆହ୍ବାନକ୍ରମେ ମାଲକାନଗିରି ଜିଲ୍ଲାର ଶହ ଶହ ଗାଁସାଥୀ (ମେଟ୍) ମାନେ ଆଜି ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନର କରିବାର ଦେଖିବାକୁ ମିଳିଛି। ଉକ୍ତ ସଂଘର ମାଲକାନଗିରି ଜିଲ୍ଲା ସଂଯୋଜକ ହରି ନାୟକ ଓ ଆବାହକ ରାମଚନ୍ଦ୍ର ମାଡ଼କାମୀଙ୍କ ନେତୃତ୍ବରେ ଜିଲ୍ଲାରେ ଥିବା ସମସ୍ତ ନ୍ୟାୟ ଆଶାୟୀ ଲିଗାଲ୍ ଗାଁସାଥୀ (ମେଟ୍) ମାନଙ୍କ ଆବଶ୍ୟକୀୟ ବୟସ କୋହଳ ସହିତ +୨ ଉପରକୁ ଶିକ୍ଷାଧାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ +୨ ତଳକୁ ଆଶାୟୀ ଗାଁସାଥୀ (ମେଟ୍)ଙ୍କୁ ସର୍ବନିମ୍ନ ମାସିକ ୧୨ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରୋତ୍ସାହନ ରାଶି ପ୍ରଦାନ ଦାବିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଏବଂ ମହାମହୀମ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୧ ଜଣ ଅଧିକାରୀ, ପଦାଧିକାରୀ ଓ ସାମ୍ବିଧାନିକ ମୁଖ୍ୟମାନଙ୍କୁ ଆଜି ଏକ ସ୍ମାରକପ‌ତ୍ର ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଳକରୁ ଆସିଥିବା ଗାଁସାଥୀ ମାନେ ମିଶି ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟା ଆୟୋଜିତ ଗଣଧାରଣାରେ ଟାୟ ଟାୟ ଖରାରେ ଜିଲ୍ଲା ସଦର ବାଲିମେଳା ଛକରୁ ପଦ ଯାତ୍ରା କରି ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁକ୍ଷରେ ବିକ୍ଷେପ କରିବା ସହ ନିଜ ଦାବି ପତ୍ର ପ୍ରଦାନ କରିବାର ଦେଖିବାକୁ ମିଳିଛି।ତେବେ ସଂଘ ତରଫରୁ ପ୍ରସ୍ତୁତ କରାଯାଇଥିବା ବ୍ୟାନ୍‌ରରେ ଭାରତ ବର୍ଷର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ରଖୁବା ସହିତ ଧାରଣା ସ୍ଥଳରେ ଦୀପ ଜାଳି ୫ ଘଣ୍ଟିଆ ପ୍ରତୀକଧାରଣା ସଂଘ ତରଫରୁ ପ୍ରଦାନ କରାଯାଇଥିଲା। ସରକାର ଦେଇଥିବା ତାଙ୍କ ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ରକ୍ଷାକରି ସଂଘର ଦାବି ପୂରଣ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି ସଂଘ ତରଫରୁ ପ୍ରକାଶ ।

Leave A Reply

Your email address will not be published.