୨ ଜୁଆଡି ଗିରଫ, ୯୬୩୦ ଟଙ୍କା ଓ ୪ ବାଇକ୍ ଜବତ

youtube

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି। ଚଢ଼ାଉରେ ୨ ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା ବେଳେ କିଛି ଜୁଆଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଜୁଆଡି ମାନେ ହେଲେ କୋଟିନଡା ଥାନା ବାବନପୁର ଗ୍ରାମର ଜିତେନ୍ଦ୍ର ନାଇକ (୨୮) ଓ ପାଟପୁର ଥାନା ଖଲିଙ୍ଗି ଗ୍ରାମର ଅରୁଣ ରାଉତ (୪୮) । ଘଟଣା ସ୍ଥଳରୁ ପୁଲିସ ୯ ହଜାର ୬ ଶହ ୩୦ ଟଙ୍କା ସମେତ ୨ଟି ମୋବାଇଲ ଫୋନ୍ ଓ ୪ଟି ମୋଟର ସାଇକେଲ (ଓଆର୦୨ ବିଏଚ୍ ୬୮୬୬, ଓଡି୦୨ ବିଡି ୬୪୬୩, ଓଡି୦୭ ଏକେ ୯୫୭୬ ଓ ଓଡି୦୭ ଏଏଚ୍ ୪୮୦୨ ) କୁ ଜବତ କରାଯାଇଛି। ଆଗାମୀ ଦିନରେ ହିଞ୍ଜିଳି ଥାନା ଇଲାକାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ଚଢ଼ାଉରେ ଥାନା ଏସଆଇ ସୁରେଶ କୁମାର ସାହୁ,ଆଡପଡା ଫାଣ୍ଡି ଅଧିକାରୀ ଅନନ୍ତ ଶବର, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।‌

Leave A Reply

Your email address will not be published.