
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁରରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ । ୧୯ ଜଣଙ୍କ ମଧ୍ୟରୁ ୯ ମାଓବାଦୀଙ୍କ ମଧ୍ୟରେ ମୋଟ ୨୮ ଲକ୍ଷର ଇନାମ ରହିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଛତିଶଗଡର ବୀଜାପୁର ଜିଲ୍ଲାର ପାମେଡ ଅଞ୍ଚଳରେ ସକ୍ରିୟ ମାଓ କମିଟିରେ କାର୍ଯ୍ୟରତ ଥିବା ମୋଟ ୧୯ ଜଣ ମାଓବାଦୀ ପୋଲିସ ପକ୍ଷରୁ ମାଓ ଦମନ ପାଇଁ ନିଆଯାଉଥିବା କଡା ପଦକ୍ଷେପ, ସରକାରଙ୍କ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ ଓ ମାଓ ସଙ୍ଗଠନ ନିଜର ସ୍ଥିତି ହରାଉଥିବାରୁ ସାଧାରଣ ଜୀବନ ଯାପନ ଲାଗି ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସମସ୍ତ ୧୯ ଜଣ ମାଓବାଦୀ ବୀଜାପୁର ପୋଲିସ କାର୍ଯ୍ୟଳୟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ପୂର୍ବରୁ ଅନେକ ହିଂସାକାଣ୍ଡରେ ଜଡିତ ଥିବା ବେଳେ ୧୯ ମାଓବାଦୀଙ୍କ ମଧ୍ୟରୁ ୯ ମାଓବାଦୀଙ୍କ ନାମରେ ମୋଟ ୨୮ ଲକ୍ଷର ଇନାମ ରହିଥିଲା। ଆତ୍ମସମର୍ପଣ କାରୀ ମାଓବାଦୀଙ୍କୁ ପୋଲିସ ପକ୍ଷରୁ ଥଇଥାନ ନୀତି ଅନୁଯାୟୀ ୨୫ ହଜାର ଲେଖାଏଁ ସହାୟତା ରାସୀ ପ୍ରଦାନ ସହ ଆଗାମୀ ଦିନରେ ସମସ୍ତ ପ୍ରକାରର ସୁବିଧା ଯୋଗାଇନ ଦିଆଯିବ ବୋଲି ବୀଜାପୁର ଏସ୍ପି ପ୍ରକାଶ କରିଛନ୍ତି।