ଧରାକୋଟ ଅଞ୍ଚଳରୁ ବେଧଡକ ବେଆଇନ ଚୋରା ବାଲି ଚାଲାଣ…..!

ବାଲିର ପ୍ରକୃତ ମୂଲ୍ୟ ନିର୍ଧାରଣ ବାବୁ ମାନେ କୋମା ରେ..!

ବଟି ଖାଇ ରାଜସ୍ବ. ଖଣି. ପୋଲିସ ବିଭାଗ ନିରବଦ୍ରଷ୍ଟା…..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳ ରେ ଏବେ ଖୁଲାମ ଖୁଲା ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଚୋରା ବାଲି ଚାଲାଣ ହେଉଛି। ଏବେ ଚୋରା ବାଲିର ହବ ପାଲଟିଛି, ହନୁମାନ ଦ୍ୱାର। ବିନା ୱାଇ ଫର୍ମ ରେ ସକାଳ ରୁ ସନ୍ଦ୍ୟା ପର୍ଯ୍ୟନ୍ତ ଜେସିବି ମାଧ୍ୟମରେ ଟିପର, ହାଇୱା, ଟ୍ରକ ଓ ଟ୍ରାକ୍ଟର ରେ ହନୁମାନ ଦ୍ୱାର ଠାରୁ ମୁଣ୍ଡମରେଇ ଦେଇ ନନ୍ଦୀଘୋର ଅଞ୍ଚଳ ରୁ ବେଧଡ଼କ ବାଲି ଚାଲାଣ ହେଉଛି। ଏହି ବେଆଇନ ବାଲି ମାଫିଆଙ୍କ ଛତ୍ର ଛାୟା ତଳେ ଅସମାଜିକତତ୍ତ୍ୱ, ଗୋଦି ମିଡ଼ିଆ ରହି ପ୍ରଶାସନ ଉପରେ ଧରପଗଡ଼ ନକରି ବାକୁ ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି। ଏହି ବେଆଇନ ବାଲି ଘାଟକୁ ଅଧିକାରୀ ମାନେ ଯିବାକୁ ନାରାଜ ପଛରେ ସାଇଲେନ୍ସ ପ୍ଲିଜ କରାଯାଇଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବାଲି ଘାଟ ମାର୍ଚ୍ଚ ମାସ ପାଇଁ ବନ୍ଦ ରହିଛି। ଏହାର ସୁଯୋଗ ନେଇ ହନୁମାନ ଦ୍ୱାର ଠାରୁ ମାତ୍ରାଧିକ ଗାଡ଼ିରେ ୨୪ ଘଣ୍ଟା ବାଲି ଉତ୍ତୋଳନ ହେଉଛି ହନୁମାନ ଦ୍ୱାର ଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗଳା ବାଟ ଦେଇ ଗୋଦିମିଡ଼ିଆ ସାହାଯ୍ୟରେ ଚୋରା ବାଲି ଚାଲାଣ ହେଉଥିବା ଆଲୋଚନା ହେଉଛି। ଜିଲ୍ଲାର ବିଭିନ୍ନ ଘାଟରେ କାଁ ଭାଁ ବାଲି ଉତ୍ତୋଳନ ହେଉଥିବାରୁ ହନୁମାନ ଦ୍ୱାର ବାଲି ଘାଟର ଏବେ ପୁଷ ମାସ ହୋଇଛି। ଏହି ଘାଟରୁ ଦୈନିକ ସହ ସହ ଗାଡ଼ିରେ ବିନା ୱାଇ ଫର୍ମ ରେ ବେଧଡ଼କ ଚୋରା ବାଲି ଚାଲାଣକୁ ରୋକ ନଲଗାଇଲେ ଆଉ ଅଞ୍ଚଳ ର ଲୋକଙ୍କୁ ଘର ଖଣ୍ଡେ କରିବା ପାଇଁ ବାଲି ମିଳିବ ନାହିଁ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ମାନ୍ୟବର ଖଣି ମନ୍ତ୍ରୀ ୨୭ ଟି ଜିଲ୍ଲା ଉପରେ ନିଜ ବିବୃତି ରଖିଥିଲେ କିନ୍ତୁ ନିଜ ଜିଲ୍ଲା ଗଞ୍ଜାମ ଉପରେ ପଦେ ବି କହିନଥିଲେ ଯେମିତି ଦୀପ ତଳ ଅନ୍ଧାର ସଦୃଶ୍ୟ l ଓଡିଶା ର ଗଞ୍ଜାମ ଜିଲ୍ଲା ବାଲି ମାଫିଆ ଙ୍କ ଦବ ଦବା ରହିଛି ନଦୀ ଘାଟ ରୁ ବାଲି ଉଠାଇ କୌଣସି ଏକ ନିର୍ଦ୍ଧିଷ୍ଟ ଜାଗା ରେ ଏହି ବାଲି କୁ ଗଛିତ କରି ସୁନା ଦରରେ ବିକ୍ରୀ କରୁଛନ୍ତି l ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି, କାରଣ ଜିଲ୍ଲା ପ୍ରଶାସନ ଏବେ ରାଜ୍ୟ ସରକାରଙ୍କ ଗେଲ୍ହା ପୁଅ ସାଜିଛି ବୋଲି ଖଟିରେ ଚର୍ଚ୍ଚା l ବାଲି ର ପ୍ରକୃତ ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ ମୂଲ୍ୟ ନିର୍ଧାରଣ ବାବୁ ମାନେ ଶୀତ ତାପ ନିୟତ୍ରିତ କୋଠରୀ ରେ ମସଗୁଲ ବିଚାରା ସାଧାରଣ ଲୋକ ଙ୍କ କଥା ବୁଝିବ କିଏ..??

nis-ad
Leave A Reply

Your email address will not be published.