ଆସିକା ପଣ୍ୟାଗାର କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣା : ପ୍ରଶାସନ ଚୁପ କାହିଁକି..??

ଦୁଇ ମିଲ ମାଲିକ ଗିରଫ ହେବେ କେବେ..? ନା ଆଇନ ହେଉଛି ବାଟମଣା..!!

ଘଟଣା କୁ ରଫା ଦଫା ପାଇଁ ଚାଲିଛି ଯୋଜନା…


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣୋଳି ସ୍ଥିତି କେନ୍ଦ୍ରୀୟ ପଣ୍ୟାଗାର ରେ ଗତ ଏକ ସପ୍ତାହ ହେଲା ମିଲ ମାଲିକ ଓ ପଣ୍ୟାଗାର କର୍ମଚାରୀ ଙ୍କ ମଧ୍ୟ ରେ ଚାଉଳ ର ଗୁଣବତ୍ତା କୁ ନେଇ ବିବାଦ ଲାଗିରହିଛି। ଶନିବାର ଦିନ ମିଲେର ଓ କର୍ମଚାରୀ ମାନଙ୍କ ମଧ୍ୟରେ ତିକ୍ତତା ବଢ଼ି ଯାଇଥିଲା। ମିଲେରଙ୍କ ଚାଉଳ ଗୋଦାମ ରେ ରଖିବାକୁ ନେଇ ହୋଇଥିବା ବଳ କଷାକସି ରେ କର୍ମଚାରୀ ମାନେ ଅତିଷ୍ଠ ହୋଇ ଶେଷରେ ମିଲର ମାନଙ୍କ ଦାଦାଗିରି ର ଭିଡିଓ ମୋବାଇଲ ଉତ୍ତୋଳନ କରିବା ପରେ ଉତ୍ତେଜିତ ହୋଇ କିଛି ମିଲର ଉକ୍ତ ଭିଜୁଆଲ ଡିଲିଟ କର ନଚେତ ବାହାରକୁ ଗଲେ ମାଡ଼ ମରାଯିବ କହିଥିଲେ ଏବଂ କର୍ମଚାରୀଙ୍କ ଗାଡ଼ି ଠେଲି ଭାଙ୍ଗିବା ପରେ କର୍ମଚାରୀଙ୍କୁ କୋଠେରୀ ଭିତରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଥିଲା। ଜଣେ ସରକାରୀ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଏବଂ ସେ ଅମଙ୍ଗ ହେବା ପରେ ଅଶ୍ଳୀଳ ଭାଷା ରେ ଇଙ୍ଗିତ କରିବା ଘଟଣା କୁ ମୋବାଇଲ ଯୋଗେ ଦୁଇ ଜଣ ମିଲେରଙ୍କ ଭିଡିଓ ଉତ୍ତୋଳନ କରିବା ପରେ ତାଙ୍କୁ ଚାପୁଡ଼ା ମାରି କୋଠରୀ ଭିତରେ ପୁରେଇବା ତାଙ୍କ ଗାଡ଼ିକୁ ଠେଲି ଦେବା ଭିଡିଓ ଡିଲିଟ ନକରିଲେ ବାହାରକୁ ଗଲେ ମାଡ଼ ମାରିବାକୁ ଧମକ ଦେବା ଭିଜୁଆଲ ଭାଇରଲ ହେବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ ରହିବା ପଛରେ କଣ ଉଦେଶ୍ୟ ରହିଛି?। ସୂଚନା ଥାଉକି ଏହି ଘଟଣା କୁ ରଫା ଦଫା କରିବାକୁ ପାଟଳିଗୁଡ଼ା ନିକଟରେ ଗୁପ୍ତ ବୈଠକ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଘଟଣା କୁ ରାଜନୈତିକ ମୋଡ଼ରେ ନେବାକୁ ପ୍ରୟାସ ଆରମ୍ଭ ହେଉଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ପ୍ରକାର ଅପମାନ, ମାଡ଼ ସାଙ୍ଗକୁ ଜୀବନ ରେ ମାରିଦେବା ଧମକ ଶୁଣିବା ପରେ ମାଡ଼ ଭୟରେ କର୍ମଚାରୀ ମାନେ ଅଭିଯୋଗ କରିବାକୁ ଭୟଭୀତ ହୋଇଥିବା ଆଲୋଚନା ହେଉଛି। ସମସ୍ତ ଘଟଣା ମୋବାଇଲ ଠୁ ମୋବାଇଲ ଘୁରି ବୁଲୁ ଥିଲେ ବି ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ଜଳକା ସାଜି ଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ସବୁ ଜାଣି ବି ନିରବ କାହା ଚାପ ରେ ପ୍ରଶାସନ..?? ମିଲ ମାଲିକ କୁ ସୁରକ୍ଷା ଦେଉଛି କିଏ..? ଏହି ଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି, ଉକ୍ତ ଘଟଣା ବାଟରୁ ଯାଇ ହାଟରେ ଗଡ଼ିଲାଣି ବର୍ତ୍ତମାନ ସରକାରୀ କର୍ମଚାରୀ ଭୟଭୀତ ଅବସ୍ଥାରେ ଏମାନଙ୍କୁ ସୁରକ୍ଷା ଦେବ କିଏ..? ଏମାନଙ୍କ ଜୀବନ ଏବେ ଶଙ୍କଟା ପୂର୍ଣ୍ଣ l ତେଣୁ ପୋଲିସ ପ୍ରଶାସନ ଏହାକୁ ଗୁରୁତର ଭାବେ ନେବା ଜରୁରୀ ବୋଲି ସାଧାରଣ ରେ ଦାବୀ ହେଉଛି.. I

କ୍ରମଶଃ….

nis-ad
Leave A Reply

Your email address will not be published.