୧୬ଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

Independence

ଏମକେସିଜି ମେଡିକାଲ ଦଲାଲୀର ଏନ୍ତୁଡ଼ିଶାଳା : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ମଞ୍ଚ

ବ୍ରହ୍ମପୁର : ଦକ୍ଷିଣ ଓଡିଶାର ଏକ ମାତ୍ର ନିର୍ଭରଯୋଗ୍ୟ ସରକାରୀ ମେଡିକାଲ ଭାବେ ଏମକେସିଜି ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ଆଶାରେ ଆସୁଥିଲେ ବି ବିଭିନ୍ନ ବିଭାଗରେ ଚିକିତ୍ସା ଜନିତ ଅବହେଳା ଓ ମେଡିକାଲ କର୍ତ୍ତୃପକ୍ଷ ଦାୟିତ୍ୱହୀନତା ଚରମ ସ୍ତରରେ ପହଁଚିଛି l ମୁଖ୍ୟତଃ ଆମ୍ବୁଲାନ୍ସ, କାଜୁଆଲିଟି ଓ ବ୍ଲଡ଼ ବ୍ୟାଙ୍କରେ ଦଲାଲ ମାନଙ୍କ ସକ୍ରିୟତା ଏକ ବିରାଟ ସମସ୍ୟା ଭାବେ ଦେଖାଦେଇଛି l

ବର୍ଣ କେୟାର ୟୁନିଟ ଖୋଲିବା, ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସକୁ ଚାଲୁ ରଖିବା, ସିସି ଟିଭି ଫୁଟେଜ ମାଧ୍ୟମରେ ଦଲାଲ ମାନଙ୍କୁ ଠାବ କରି ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଓ ମାଇକ ମାଧ୍ୟମରେ ଦଲାଲ ମାନଙ୍କ ଠାରୁ ବର୍ତ୍ତିବା ପାଇଁ ପ୍ରଚାର କରିବା,ଡାଏଲିସିସ ବିଭାଗରେ ଲୋ କଣ୍ଡିସନ କିଡ଼ନୀ ରୋଗୀଙ୍କ ପାଇଁ ଦୀର୍ଘ ୪ବର୍ଷରୁ ବନ୍ଦ ପଡ଼ିଥିବା ଦୁଇଟି ସ୍ଲେଡ଼ ମେସିନ କାର୍ଯ୍ୟକାରୀ କରିବା, ବ୍ଲଡ଼ ବ୍ୟାଙ୍କରେ ରକ୍ତର ଅଭାବକୁ ଦୂର କରିବା ପାଇଁ ନିୟମିତ ଭାବେ ରକ୍ତ ଦାନ କ୍ୟାମ୍ପ ଆୟୋଜନ କରିବା, କାଜୁଆଲିଟି ବିଭାଗରେ ଏକ୍ସରେ ମେସିନ ସ୍ଥାପନ କରିବା, ରୋଗୀଙ୍କ ସୁବିଧା ପାଇଁ ସମସ୍ତ ଲିଫ୍ଟ ଚାଲୁ କରିବା, କାଜୁଆଲିଟି ରେ ବେଡ଼ ସଂଖ୍ୟା ବୃଦ୍ଧି କରିବା, କର୍କଟ ବିଭାଗରେ ଡାକ୍ତରଙ୍କ ଅନୁପସ୍ଥିତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା, ମହାପ୍ରୟାଣ ସେବା ବଦଳରେ ଘରୋଇ ଗାଡି ପ୍ରୋଛାହନ ଦେବା ବନ୍ଦ କରିବା, ଏଆରଟି ସେଣ୍ଟର ରେ ସିଡି-୪ ମେସିନକୁ ମରାମତି କରିବା, ମଧୁମେହ ରୋଗୀଙ୍କ ପାଇଁ ଏଚବିଏ-୧ସି ପରୀକ୍ଷା ମେସିନକୁ ମରାମତି କରିବା, ସିଟି ସ୍କାନ ଓ ଏମଆରଆଇ ମେସିନ କୁ ବାରମ୍ବାର ଖରାପ ଦର୍ଶାଇ ଘରୋଇ ଡ଼ାଏଗ୍ନୋଷ୍ଟିକ ସେଣ୍ଟରକୁ ରୋଗୀ ଚାଲାଣ କୁ ବନ୍ଦ କରିବା,ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗରେ ଅଧ୍ୟାପକ ନିଯୁକ୍ତି ସହ ଉପକରଣ ଯୋଗାଇବା ଆଦି ୧୬ଗୋଟି ଦାବୀ କତୃପକ୍ଷଙ୍କ ଠାରେ ଉପସ୍ଥାପନ କରିଛି ମଞ୍ଚ | ଘରୋଇ ଆମ୍ବୁଲାନ୍ସ, ଲିଫ୍ଟ ପରିଚାଳନା,ମେସିନ ମରାମତି ଆଦି କ୍ଷେତ୍ରରେ ଘରୋଇ ସଂସ୍ଥା ମାନଙ୍କ ସହ ସିଧାସଳଖ ହସ୍ପିଟାଲ କତୃପକ୍ଷଙ୍କ ସଲାସୁତରାକୁ ଦୃଢ଼ ବିରୋଧ କରିଛି ମଞ୍ଚ |

ସ୍ୱାସ୍ଥ୍ୟ ସେବାରେ ଅଧିକରୁ ଅଧିକ ଘରୋଇ ଭାଗିଦାରୀ ଆସନ୍ତା ଦିନରେ ଘରୋକରଣକୁ ପ୍ରୋଛାହନ ଦେବାକୁ ମଞ୍ଚ ଘୋର ବିରୋଧ କରିଛି | ଆଜିର କାର୍ଯ୍ୟକ୍ରମରେ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ନେତୃତ୍ୱରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ସମାଜସେବୀ ମନୋଜ ତରାଇ,ସାଲ୍ଲା କେଶବ ଲିଙ୍ଗମ,ବିଜୟ କୁମାର ପାଢ଼ୀ,ରମେଶ ପ୍ରସାଦ ଦାସ,କବିରାଜ ସାହୁ,ଆର. ସତ୍ୟ ନାରାୟଣ ରାଓ,ହୃଷିକେଶ ପାତ୍ର, ଆଦିତ୍ୟ ରଥ,କାହ୍ନ ଚରଣ ପାତ୍ର,ଜି. ଲଛାୟା ରେଡ୍ଡୀ,କବିରାଜ ସେଠି,ସୂର୍ଯ୍ୟ ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ଦକ୍ଷିଣ ଓଡିଶା ବାସୀଙ୍କ ପ୍ରତି ଏ ପ୍ରକାର ସ୍ୱାସ୍ଥ୍ୟ ଗତ ଅବହେଳା ବିରୁଦ୍ଧରେ ଆସନ୍ତା ଦିନରେ ଜନ ଆନ୍ଦୋଳନ ଅଧିକ ସଶକ୍ତ ହେବ ବୋଲି ଶ୍ରୀ ଗୟା ଚେତାବନୀ ଦେଇଛନ୍ତି I

ad-week
Leave A Reply

Your email address will not be published.