ଭୁବନେଶ୍ବର : ଚତୁର୍ଥ ଓଡ଼ିଶା ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ଚାମ୍ପିୟନସିପ୍ ଗତ ୧୮.୦୩.୨୦୨୫ ଠାରୁ ଆରମ୍ଭ ହୋଇ ତା ୨୦.୦୩.୨୦୨୫ ପର୍ଯ୍ୟନ୍ତ , କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍ଡ଼ୋର ଷ୍ଟାଡିୟମ୍ ପରିସର ମଧ୍ୟରେ ସମାପନ ହୋଇଯାଇଛି । ୱାର୍ଲ୍ଡ ଟାଇ କୋଣ୍ଡୋ ଇଣ୍ଡିଆ ଦ୍ୱାରା ସମସ୍ତଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଅନ୍ତର୍ଗତ ଗତ ତିନିଦିନ ଧରି ଚ଼ାଲିଥିବା ପ୍ରତିଯୋଗିତା ଶିବିର ଉତ୍ସାହର ସହ କଟକ ଜବାହାରଲାଲ୍ ନେହେରୁ ଇନ୍ଡ଼ୋର ଷ୍ଟାଡିୟମ ରେ ମୁଖ୍ୟଅତିଥି ଭାବେ ଓଡିଶା ଅଲମ୍ପିକ ଆସୋସିଏସନ୍ ର ଜେନେରାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଅଭିଜିତ୍ ପୌଲ ତଥା ଅନ୍ୟତମ ଅତିଥି ତଥା ଆନ୍ତର୍ଜାତୀୟ ପାରା ଖେଳାଳୀ ରାଖାଲ୍ କୁମାର ସେଠୀ ଏବଂ ଓଡ଼ିଶା ଅଲମ୍ପିକ ଆସୋସିଏସନ ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରାଉତ ଏବଂ ଓଡ଼ିଶା ଟାଇକୋଣ୍ଡୋ ସେକ୍ରେଟାରୀ ଶ୍ରୀ ଚିନ୍ମୟ ବେହେରା ,କଟକ ଟାଇକୋଣ୍ଡୋ ସେକ୍ରେଟାରୀ ଶ୍ରୀ ଅମରେନ୍ଦ୍ର ପୃଷ୍ଟି , ଭୁବନେଶ୍ଵର ଟାଇକୋଣ୍ଡୋ ସଂମ୍ପାଦିକା ସୁଦିପ୍ତା ନନ୍ଦ ପ୍ରତିଯୋଗିତାରେ ସଭାରେ ସଭାପତିତ୍ବ କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ଓ ଟାଇକୋଣ୍ଡୋ ର ଉପାଦେୟତା ବିଷୟରେ ସର୍ବଶେଷ ବିବରଣୀ ଉପସ୍ଥାପନା କରି ପ୍ରତିଯୋଗୀମାନଙ୍କୁ ଉଦବୋଧନ ଦେଇଥିଲେ । କଟକ, ଗଞ୍ଜାମ, ଯାଜପୁର କେନ୍ଦୁଝର, କୋରାପୁଟ ଆଦି ବିଭିନ୍ନ ଜିଲ୍ଲା ମାନଙ୍କରୁ ଆସିଥିବା ପ୍ରତିଯୋଗିମାନଙ୍କ ଦ୍ବାରା ଶାରିରୀକ ପୁମ୍ସେ କୌଶଳ, କ୍ୟୁରୁଗି ଏବଂ ପାରା ପ୍ରଦର୍ଶିତ ହୋଇଥିଲା । ଏହି ପ୍ରତିଯୋଗିତା ଶିବିରର ଗଞ୍ଜାମର ଚାରିଜଣ ପ୍ରଶିକ୍ଷକ ଙ୍କ ସହ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି କଟକ ଯାତ୍ରା କରିଥିଲେ । କିଡ୍ସ୍, ସବ୍-ଜୁନିୟର , ଜୁନିୟର,କେଡ଼େଟ , ସିନିୟର୍ ଏବଂ ପାରା ବିଭାଗରେ ପ୍ରତିଯୋଗୀ ଅଂଶ ଗ୍ରହଣ କରିବା ସହ ଶେଷଦିନରେ ଶିବିର ରେ ଅଂଶଗ୍ରହଣ କରିଥିବା ବିଜେତା ଓ ବିଜୟିନୀମାନଙ୍କୁ ସ୍ଵର୍ଣ୍ଣ, ରୌପ୍ୟ, କାଂସ୍ୟ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜିକା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହିତ ଉପସ୍ଥିତ ସମସ୍ତ ଶୁଦ୍ଧିବୃନ୍ଦ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏକ ବିରାଟ ସ୍ୱାଗତ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇ ସମସ୍ତ ପୁରସ୍କୃତ ପ୍ରତିଯୋଗୀ ଏବଂ ପ୍ରଶିକ୍ଷିକ ମାନଙ୍କୁ ଉତ୍ସାହିତ କରାଯିବା ସଂଗେସଂଗେ ସେମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରାଯାଇଥିଲା ।
