ଚନ୍ଦାହାଣ୍ଡି ବ୍ଲକରେ ଜନଶୁଣାଣି ଶିବିର ଅନୁଷ୍ଠିତ

Independence

ଉମରକୋଟ /ଚନ୍ଦାହାଣ୍ଡି : ଆଜି ଚନ୍ଦାହାଣ୍ଡି ପଞ୍ଚାୟତ ସମିତିର ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯଦୁମଣି ନାୟକ, ଭାରପ୍ରାପ୍ତ ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ମେହେରଙ୍କ ସମେତ ସମସ୍ତ ଜିଲ୍ଲା ପ୍ରମୁଖ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୩୮ଜଣ ଆବେଦନକାରୀ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥି ମଧ୍ୟରୁ ୩୩ଟି ନିଜସ୍ୱ ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୫ଟି ଗ୍ରାମ୍ୟ ତଥା ଅନ୍ୟ ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଚିହ୍ନଟ ହୋଇଥିବା ୨ ଜଣ ଦିବ୍ୟାଙ୍ଗଙ୍କୁ ହୁଈଲ ଚେୟାର ଓ ୧୮ଜଣଙ୍କ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ନଥିଭୁକ୍ତ କରିବା ଓ ଦିବ୍ୟଙ୍ଗଙ୍କୁ ମାସିକ ସହାୟତା ରାଶି ୧୦୦୦ ଟଙ୍କା କାର୍ଡ ପ୍ରଦାନ କରାଯାଇଥିଲା।ଏହି ପରି ଜଣ ଶୁଣାଣୀକୁ ଚନ୍ଦାହାଣ୍ଡି ବ୍ଲକର ସମସ୍ତ ଜଣ ସାଧାରଣ ମାନନୀୟ ଜ଼ିଲ୍ଲାପାଳ ମହୋଦୟଙ୍କୁ ସହିତ ଆଗତ ସମସ୍ତ ପ୍ରତିନିଧିଙ୍କ ସଂମାନର ସହିତ ଭୁରି ଭୁରି ପ୍ରସଂଶା କରିଛନ୍ତି।

ad-week
Leave A Reply

Your email address will not be published.