ରାଇକିଆରେ ଧୂମଧାମରେ ଇଷ୍ଟର ପର୍ବ ପାଳନ

add-all

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଛୋଟବଡ ସମସ୍ତ ଚର୍ଚ୍ଚରେ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପର୍ବ ବେଶ ଧୂମଧାମରେ ପାଳନ କରାଯାଇଅଛି । ସନ୍ଧ୍ୟାରେ ରାଇକିଆ କ୍ୟାଥଲିକ ସାଂସ୍କୃତିକ କମିଟି ଆନୁକୁଲ୍ୟରେ ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “EASTER MUSICAL NIGHT – 2025” ପରିବେଷଣ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରୀ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ କଟକ ଭୁବନେଶ୍ଵର ଡାଇସିସ ଫାଦର ପ୍ରଦୋଶ ଚନ୍ଦ୍ର ନାୟକ ଯୋଗଦେଇ ଯୀଶୁଖ୍ରୀଷ୍ଟଙ୍କ ବାଣୀ ଉପସ୍ଥିତ ଧର୍ମ ବିଶ୍ଵାସୀ ମାନଙ୍କୁ ଜଣାଇଥିଲେ । ସଂମ୍ମାନୀୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବିଜେଡି ସଂଯୋଜକ ଟୁନା ଦାସ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ଜିଲାପରିଷଦ ସଭ୍ୟ ସତ୍ୟବାନ ପାତ୍ର, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ମଣ୍ଡାକିଆ ସମିତିସଭ୍ୟା କ୍ରୀଷ୍ଣାପ୍ରିୟା ପ୍ରଧାନ, କନ୍ଧମାଳ ସାଂସଦ ରାଇକିଆ ବ୍ଲକ ପ୍ରତିନିଧି ସନ୍ତୋଷ ଲେଙ୍କା, ରାଇକିଆ ନାଗରିକ ମଞ୍ଚ ସଭାପତି ଦୁର୍ଜ୍ୟୋଧନ ଲେଙ୍କା, ଫାଦର ମନୋରଞ୍ଜନ ସିଂ, ଅମିରଚାନ୍ଦ ନାୟକ, ସମାଜସେବୀ ଜୟାନନ୍ଦ ନାୟକ, ବିଧାୟକ ପ୍ରତିନିଧି ତାରିଣୀ ପରିଚ୍ଛା ଯୋଗଦେଇଥିଲେ । ଉକ୍ତ ମୁଜିକାଲ ନାଇଟରେ ଓଡିଆ ଜଗତ ପ୍ରସିଦ୍ଧ ଗାୟିକା ଶୈଳଭାମା ମହାପାତ୍ର, ଗାୟକ ପଙ୍କଜ ଜାଲ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କ ଖୁବ ମନୋରଞ୍ଜନ କରିଥିଲେ । କମିଟି ତରଫରୁ ଯୋଗୀନ୍ଦ୍ର ନୀଳମଣି ମଣ୍ଡଳ, ରଶ୍ମି ରଞ୍ଜନ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବାବେଳେ କମିଟି ସଭାପତି ବିନୟ କୁମାର ସଭାସୁନ୍ଦର, ସମ୍ପାଦକ ଅନିଲ କୁମାର ଦିଗାଳ, ରାଜକୁମାର ପ୍ରଧାନ, ସୁନୀଲ ନାୟକ, ଅମିୟ ରଞ୍ଜନ ଦିଗାଳ କାର୍ଯ୍ୟକ୍ରମଟିକୁ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.