ଗଞ୍ଜାମ ପୋଲିସ କୁ ବଡ଼ ସଫଳତା : ଆସିକା ପୋଲିସ ହାତରେ ସର୍ବାଧିକ ମାଳ ମାଳ ମାଉଜର……!


ମାଫିଆ ମାନଙ୍କୁ ଖୋଜି ଖୋଜି ସେମାନଙ୍କ ଆଡ୍ଡା ଉପରେ ଚଢ଼ାଉ ଜାରି…..!


ବ୍ରହ୍ମପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିଗିଡିବା ପରେ ପୋଲିସ ଏବେ ଆକ୍ସନ ମୁଡ଼ରେ ଆସିଛି। ଗଞ୍ଜାମ ଏ.ସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସନ୍ତୋଷ ଜେନାଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ସ୍କୁଆଡ଼ କରାଯାଇ ଅପରାଧତତ୍ତ୍ୱ ମାନଙ୍କ ବିଭିନ୍ନ ଆଡ୍ଡା ଉପରେ ଚଢ଼ାଉ ଜାରି ରହିଛି। ପ୍ରଥମ ଦଫା ଚଢ଼ାଉ ରେ ମାଳମାଳ ମାଉଜର ପୋଲିସ ଜବତ କରିବାରେ ସଫଳ ହୋଇଛି।ଆଜି ଗଞ୍ଜାମ ଏ.ସପି ଙ୍କ କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଆଇଜି ନିତୀ ଶେଖର ଓ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଆସିକା, ଚମାଖଣ୍ଡି, ଶେରଗଡ଼, ପୋଲସରା, କୋଟିନଡ଼ା ଓ ଭଞ୍ଜନଗର ଥାନା ଇଲାକାର ୧୮ ଜଣ ଦୁର୍ଦ୍ଧାନ୍ତ ଅପରାଧ ତତ୍ତ୍ୱ ମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି, ସେମାନଙ୍କ ଠାରୁ ୧୭ ଟି ବନ୍ଧୁକ, ୧୬ ଟି ମୋବାଇଲ, ୬୬ ଜୀବନ୍ତ ଗୁଳି ଓ ୪ ଟି ଖୋକା ଜବତ କରାଯାଇଥିଲା। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଏକ ସପ୍ତାହ ହେଲା ପୋଲିସ ରାତ୍ର ସମୟରେ ବିଭିନ୍ନ ମାଫିଆ ମାନଙ୍କ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଛି।ଗଞ୍ଜାମ ଜିଲ୍ଲାରେ ଏବେ ଚୋରା ବାଲି ବେପାର ପାଇଁ ମାଫିଆ ମାନେ ସକ୍ରିୟ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରି ମାଉଜର ଜବତ ଅଭିଯାନ ଜାରି ରହିଥିବା ବେଳେ ଚୋରା

ମାଉଜର କାରବାର ରେ ସଂଶ୍ଲିଷ୍ଟ ଥିବା ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆସିକା ଏସ ଡି ପି ଓ ଏବଂ ପୁରୁଷୋତ୍ତମପୁର ଏସ ଡି ପି ଓ ଅପରାଧୀ ମାନଙ୍କୁ ନାକେ ଦମ କରିବା ପରେ ଏହା ଗଞ୍ଜାମ ପୋଲିସ ପାଇଁ ବଡ ସଫଳତା ଆଣିଛି ଯାହାକି ଅପରାଧୀ ମାନଙ୍କ ଶିବିରରେ କକୁଆ ଭୟ ଖେଳିଯାଇଛି l ଅନେକ ଦିନ ପରେ ପୋଲିସ ର ଏହା ବଡ଼ ସଫଳତା l ମୁଖ୍ୟତଃ ବାଲି ମାଫିଆ, ମଦ ମାଫିଆ ମାନଙ୍କୁ ଏହି ଅପରାଧୀ ମାନେ ସୁରକ୍ଷା ଦେଇ ଆସୁଥିବା ସାଧାରଣ ରେ ଚର୍ଚ୍ଚା l ଏଠାରେ ସୂଚନା ଥାଉକି କିଛି ଦିନ ତଳେ ଆସ୍କା ଅଞ୍ଚଳ ରେ ଜଣେ ବାଲି ମାଫିଆ ଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଖବର ପ୍ରଚାର ହେବା ପରେ ପୋଲିସ ର ନିଦ ହଜି ଯାଇଥିଲା ପୋଲିସ ରାତି ଦିନ ଏକ କରି ଅପରାଧୀ ସହିତ ଅନେକ ମାଉଜାର ଜବତ କରିବାରେ ସକ୍ଷମ ହୋଇଛି l ପୋଲିସ ର ଏପରି ପଦକ୍ଷେପ କୁ ସହରର ବୁଦ୍ଧିଜୀବୀ ଓ ସାଧାରଣ ରେ ପ୍ରଶଂସା ର ସୁଅ ଛୁଟୁଛି l

nis-ad
Leave A Reply

Your email address will not be published.