ନଦୀରେ ଭାସି ଯୁବକ ନିଖୋଜ , ପୋଲିସର ଖୋଜିବା ପ୍ରୟାସ ଜାରି

youtube


କାଲିମେଳା,: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ କନ୍ୟାଶ୍ରମ ନଦୀରେ ଗାଧେଇବାକୁ ଯାଇ ଯୁବକ ଭାସି ନିଖୋଜ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ହେଲେ ଚିଙ୍ଗିଡି ଚୁଆ ଜୟପୁର ଅଞ୍ଚଳର ମାଧବ ଗୌଡଙ୍କ ପୁଅ ଅରୁଣ ଗୌଡ (୧୮)। ଯୁବକ ଜଣକ କାଲିମେଳା ତାଙ୍କ ସମ୍ପର୍କୀୟଙ୍କ ଘରେ ବୁଲିବାକୁ ଆସିଥିଲେ । ତେବେ ସୂଚନା ମୁତାବକ ସେ ଏବଂ ତାଙ୍କର କିଛି ସମ୍ପର୍କୀୟ ପୋଟେରୁ ନଦୀରେ ଗାଧେଇବାକୁ ଯାଇଥିଲେ । ସେଠାରେ ଯୁବକଙ୍କ ହଟାତ୍ ଗୋଡ଼ ଖସିବାରୁ ଗଭୀପାଣିରେ ଭାସି ନିଖୋଜ ହୋଇଥିବା ଜଣାପଡ଼ିଛି। ଖବର ପାଇ କାଲିମେଳା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜିବା ପ୍ରୟାସ ଜାରି ରଖିଥିବା କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.