ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିର ଜମି ଲିଜ କୁ ନେଇ ଅନେକ ବିବାଦ…!

ଦୁର୍ନୀତି ରେ ବାବୁ ନେତା ମାଲେମାଲ…..!

add-all



ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ଏକ ସମବାୟ ନଗରୀ ଭାବେ ପୂର୍ବରୁ ପରିଚୟ ରହିଆସିଛି। ଆସିକା ଅଞ୍ଚଳରେ ଥିବା ବହୁ ସମବାୟ ଅନୁଷ୍ଠାନ ଦିନକୁ ଦିନ ଗୋଟେ ପରେ ଗୋଟେ ବନ୍ଦ ହୋଇ ଯାଇଛି। ରାଜନୈତିକ ନେତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ବହୁ ଅନୁଷ୍ଠାନ ଆସିକାରୁ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସ୍ଥାନ୍ତାରିତ ହୋଇ ଯାଇଥିବା ନଜିର ବି ରହିଛି। ଗତ ବିଜେଡ଼ି ସରକାର ସମୟରେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି (ACMPCS) ର ବହୁ ମୂଲ୍ୟବାନ ଓ ଚାଷୀଙ୍କ ହିତ ପାଇଁ ଥିବା ଜମିକୁ ଅତି ତରବରିଆ ଭାବେ ତତ୍କାଳୀନ ଜିଲ୍ଲାପାଳ ୯୯ ବର୍ଷିଆ ପାଇଁ ଲିଜ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆସିକା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ତରଙ୍ଗିନୀ ଲେର ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ମାତ୍ର ୨ କୋଟି ୬୨ ଲକ୍ଷ

ଟଙ୍କାରେ ୯୯ ବର୍ଷ ପାଇଁ ଲିଜରେ ସୂତ୍ରରେ ଦିଆଯାଇଥିଲା। ଉକ୍ତ ସଂସ୍ଥାର ହାତକୁ ବହୁ ମୂଲ୍ୟବାନ ଜମି ଟେକିଦେବା ପରେ ସେଠାରେ ଦୀର୍ଘ ଦଶନ୍ଧି ଧରି ବସବାସ କରିଆସୁଥିବା ଗରିବ ଲୋକଙ୍କୁ ପ୍ରଶାସନ ଜୋର ଜବରଦସ୍ତ ଉଠାଇ ଦେଇଥିବା ଅଭିଯୋଗ ହୋଇଥିଲା। ACMPCS ଜମି ହସ୍ତାନ୍ତର କରିବା ପରେ ତତ୍କାଳୀନ ପ୍ରଶାସନିକ ଅଧିକାରୀ ମାନଙ୍କୁ ସାଇଲେନ୍ସ ପ୍ଲିଜ କରା ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କେଉଁ ପରିସ୍ଥିତିରେ କେଉଁ ଉଦେଶ୍ୟ ରେ ବହୁ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ଏକ ସଂସ୍ଥାକୁ ଟେକି ଦିଆଗଲା ବୋଲି ସମବାୟ ପ୍ରେମୀ ପ୍ରଶ୍ନ କରିଛନ୍ତି। ସୂଚନା ଥାଉକି ବର୍ତ୍ତମାନ ର ଆସିକା ବିଧାୟକ ବିଧାନସଭା ସଭାରେ ମଧ୍ୟ ପ୍ରଶ୍ନ କରି ଦୃଷ୍ଟି ଆକର୍ଷଣ କରିଥିଲେ l କିନ୍ତୁ ରାଜ୍ୟ ସରକାର କିମ୍ବା ରାଜ୍ୟ ପ୍ରଶାସନ ଏହାକୁ ନେଇ କଣ ପଦକ୍ଷେପ ନେଇଛି ତାହା ସନ୍ଦେହ ଘେରରେ l ବର୍ତ୍ତମାନ ଉକ୍ତ ଲିଜ ନେଇଥିବା ଜମିରେ ସଵ ଲିଜ ଭାବେ ଏକ ମୋଲ କୁ ଦିଆଯାଇଥିବା ଜଣା ପଡିଛି। ଯାହାକି ସମ୍ପୂର୍ଣ ବେନିୟମ ଉକ୍ତ ଲିଜ ଧାରୀ କେମିତି ଅନ୍ୟ ସଂସ୍ଥା କୁ ସବ ଲିଜ ଦେଲେ ତାହା ତଦନ୍ତ ସଫେକ୍ଷ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବତା ଗ୍ରହଣ କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ପୁଣି ଆସିକା ବିଧାୟକ ସବୁ କିଛି ଜାଣି ଏହି ଦୁର୍ନୀତି କୁ ନେଇ ପ୍ରଶ୍ନ ଉଠାଇ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ମଧ୍ୟ ନିରବ ରହିବା କାରଣ ଏବେ ବି ଅସ୍ପଷ୍ଟ l କ୍ରମଶଃ…..

ad-week
Leave A Reply

Your email address will not be published.