ନାଗୁଣୀ ସହ ୧୭ ଅଣ୍ଡା ଉଦ୍ଧାର…

add-all


ହିଞ୍ଜିଳିକାଟୁ ୪!୬ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ୟାମଳାଇ ଗ୍ରାମ ରୁ ନାଗୁଣୀ ସହ ୧୭ ଅଣ୍ଡା ଉଦ୍ଧାର କରାଯାଇଛି। ଗ୍ରାମର କାହ୍ନୁଚରଣ ପାତ୍ରଙ୍କ ବାଡିରେ ଥିବା ପିଜୁଳି ଗଛର କୋରଡରେ ଏକ ନାଗସାପ ପଶିଯିବାର ଦେଖିଲେ। ନିରେଖି କରି ଦେଖିବାରୁ ପିଜୁଳି ଗଛର କୋରଡ ଭିତରେ କିଛି ଅଣ୍ଡା ଦେଖିବାକୁ ପାଇଲେ। ନାଗୁଣୀ ଅଣ୍ଡା ଦେଇଛି ଶୁଣି ସେଠାରେ ଗ୍ରାମବାସୀଙ୍କର ଭିଡ଼ ଜମିଥିଲା। ସ୍ନେକ ହେଲ୍ପଲାଇନ୍‌ର ସଦସ୍ୟ ସନ୍ଦିପ ସେଠି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଏକ ନାଗୁଣୀ ଓ ତା’ର ୧୭ ଅଣ୍ଡାକୁ ଉଦ୍ଧାର କରିବାରେ ଶ୍ରୁତିକ ବେହେରା ସହଯୋଗ କରିଥିଲେ । ସାପଟିକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ଏବଂ ଅଣ୍ଡାଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଳ୍ପଲାଇନ୍‌ କାର୍ଯ୍ୟାଳୟକୁ ନିଆଯାଇଛି। ନାଗସାପଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଗଲାଣି। ଏକ ଛୋଟ ଜାଗାରୁ ଏକାଥରେ ନାଗୁଣୀ ଅଣ୍ଡା ସହ ଉଦ୍ଧାର ହେବା ଘଟଣାକୁ ‘କଲୋନିଆଲ୍‌ ନେଷ୍ଟିଂ ବା ବ୍ରିଡିଂ’ କୁହାଯାଏ। ଯେଉଁଠି ଅଣ୍ଡା ସହ ସାପଙ୍କୁ ଦେଖିବାକୁ ମିଳିବ, ସେଠାରେ ସାପଙ୍କୁ ନ ମାରି ଏବଂ ଅଣ୍ଡାକୁ ନଷ୍ଟ ନ କରି ସ୍ନେକ ହେଲ୍ପଲାଇନ୍‌ କିମ୍ବା ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବାକୁ ସନ୍ଦିପ କହିଛନ୍ତି। ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ନିଜର ଘରବାଡ଼ିକୁ ପ୍ରତି ସପ୍ତାହରେ ଅନୂ୍ୟନ ଥରେ ଭଲ ଭାବେ ସଫା କଲେ ସମ୍ଭାବ୍ୟ ସାପ ଅଣ୍ଡା ଦେଇଥିବା ଜଣାପଡ଼ିଯିବ ବୋଲି ସନ୍ଦିପ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.