ଏଲିଲୋପାଥିର ରାସାୟନିକ ପ୍ରଭାବରେ ରାୟଗଡ ଜିଲ୍ଳା

youtube

ଡ: ପ୍ରସନ୍ନ କୁମାର ଗନ୍ତାୟତ

ପରିବେଶର ଅବନତି ଏକ ବିଶ୍ୱସ୍ତରୀୟ ସମସ୍ୟା । ମଣିଷ ପ୍ରକୃତିର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହୋଇଥିବାରୁ ଅନ୍ୟ ଜୀବ ମାନଙ୍କ ତୁଳନାରେ ପରିବେଶକୁ ଅଧିକ ପରିବର୍ତର୍ନ କରିଥାଏ ଏବଂ ପ୍ରକୃତିକୁ ଅତି ନିର୍ଦୟ ଭାବରେ ଶୋଷଣ କରିଥାଏ । ଏହି ପରି ଆମେ ଅତ୍ୟଧିକ ପରିବେଶ ସଂକଟର ସମ୍ମୁଖିନ ହେଉଥିବା ସତ୍ୱେ ପ୍ରାକୃତିକ ପରିବେଶକୁ ଆମର ଇଛା ଏବଂ ଆନନ୍ଦରେ ବ୍ୟବହାର କରିଥାଉ । ପରିବେଶ ହେଉଛି ଏକ ବୃହତର ଭାବଧାରା । ଏହାର ସମତୁଲ ଅବସ୍ଥା ନିମନ୍ତେ ପ୍ରତ୍ୟେକଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ । ତେଣୁ ପରିବେଶକୁ ଏପରି ଭାବରେ ପରିଚାଳନା କରିବାକୁ ପଡିଥାଏ ଯାହା ବିକାଶ ଏବଂ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିଥାଏ । ପରିବେଶର ସୂଚାରୁ ପରିଚାଳନା ନିମନ୍ତେ ସରକାର, ସ୍ୱେଛାକୃତ କାର୍ଯ୍ୟର ଭୂମିକା ସହ ପ୍ରାକୃତିକ ସଂପଦ ପରିଚାଳନାରେ ଲୋକଙ୍କ ଅଂଶ ଗ୍ରହଣ ଆବଶ୍ୟକ ।
ଜଙ୍ଗଲର ସଂରକ୍ଷଣ ମୁଖ୍ୟତଃ ଏହାର ଉପଯୁକ୍ତ ବ୍ୟବହାର ,ସଂରକ୍ଷଣ ଏବଂ ବିନାଶକାରି ପ୍ରଭାବ ତଥା ଅପବ୍ୟବହାରକୁ ସୁରକ୍ଷା ଦେବା ସହ ଯୋଡିତ । ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ବଡ ଆକାରରେ ହେବା ଉଚିତ୍ । ଅଦରକାରୀ ଜମିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା ସୌନ୍ଦର୍ଯ୍ୟ ବିଷୟକ ମୂଲ୍ୟ ବିଶିଷ୍ଟ ବୃକ୍ଷ ଗୁଡିକ ରାସ୍ତା ପାର୍ଶ୍ୱରେ ଏବଂ ପାର୍କରେ ଅଳଙ୍କରିକ ବୃକ୍ଷ ଲଗାଇବା ଉଚିତ । ଏହା ପରେ ବୃକ୍ଷରୋପଣର ପରବର୍ତ୍ତୀ ଯତ୍ନନେବା ସହ ଅବାଂଛିତ କାଟିବା ଉପରେ ପ୍ରତିବନ୍ଧକ ଆଣିବା ଉଚିତ ।
ଭାରତୀୟ ଅର୍ଥନିତୀରେ କୃଷି ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ଓଡିଶା ରାଜ୍ୟ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଓଡିଶା ରଜ୍ୟର ରାୟଗଡ ଜିଲ୍ଳା ର କୃଷି, ଜଳବାୟୁ ଏବଂ ଭୌଗଳିକ ଅବସ୍ଥା ଉପରେ ନିର୍ଭର କରି କୃଷକମାନେ ବିରି, ମୁଗ, ମାଣ୍ଡିଆ, ଅଳସୀ ଇତ୍ୟାଦି ଫସଲ ଚାଷ ପାଇଁ ଅଧିକଗୁରୁତ୍ୱ ଦିଅନ୍ତି । କିନ୍ତୁ କିଛି ଗବେଷଣାର ତଥ୍ୟନୁସାରେ ନାଗଐରି ଏବଂ ନିଳଗିରୀ ଭଳି ତୃଣକ/ ବୃକ୍ଷ ଏହି ଅମଳ ସମ୍ଭାବନାକୁ ହ୍ରାସ କରିଥାଏ ।
ଏଲିଲୋପାଥି ବିଜ୍ଞାନର ଏକ ନୂତନ ଶାଖା । ଏହା ଗୋଟିଏ ପ୍ରଜାତିର ଉଦ୍ଭିଦ (ଦାତା) ପ୍ରତ୍ୟକ୍ଷ ବା ପରୋକ୍ଷ କ୍ଷତିକାରକ ପ୍ରଭାବରେ ଅନ୍ୟ ପ୍ରଜାତିର ଉଦ୍ଭିଦ (ପ୍ରାପ୍ତକର୍ତା) ଗୁଡିକର ବୀଜ ଅଙ୍କୁର, ଉଦ୍ଭିଦ ବୃଦ୍ଧି, ଅମଳ ତଥା ଉତ୍ପାଦନରେ ବାଧାପ୍ରାପ୍ତ କରିଥାଏ । ଏକ ବିଷାକ୍ତ ରାସାୟନିକ ପଦାର୍ଥ ନିର୍ଗତ ହୋଇ କୃଷି ଆରମ୍ଭରୁ ଉତ୍ପାଦନ ଯାଏଁ ପ୍ରଭାବ ପକାଇଥାଏ । ସେ ଗୁଡିକ ମୁଖ୍ୟତଃସେକେଣ୍ଡଡ଼ାରି ମେଟାବୋଲାଇଟ ଭାବରେ ବର୍ଗୀକୃତ ହୋଇପାରେ , ଯାହା ସାଧାରଣତଃ ଆଲ୍କାଲୋଏଡ ,ଫେନୋଲିକ୍ସ , ଫ୍ଲାଭୋନଏଡ, ତେର୍ପେନୋଏଡ, ଗ୍ଳୁକୋ ସିନୋଲେଟ ଇତ୍ୟାଦି ଅଟେ । ଏହା ଉଦ୍ଭିଦର ବିଭିନ୍ନ ଅଂଶରୁ ନିର୍ଗତ ହୋଇ ଶେଷରେ ମାଟିରେ ପ୍ରବେଶ କରି ପୋଡୋଶୀ ଉଦ୍ଭିଦ ବା ଶସ୍ୟ ର ସାଧାରଣ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ।
ତୃଣକ ହେଉଛି ଏକ ଅବାଂଛିତ ଅନାବଶ୍ୟକ ଉଦ୍ଭିଦ ଯାହା ଫସଲ କ୍ଷେତ୍ରରେ ସୃଷ୍ଟି ହୋଇ କ୍ଷତି ଘଟାଇଥାଏ ଏବଂ ଅମଳ ବାଧାପ୍ରାପ୍ତ କରାଇଥାଏ । ଏଥିରୁ ନିର୍ଗତ ରସାୟନିକ ପଦାର୍ଥ ଅନ୍ୟ ଫସଲ ବା ଉଦ୍ଭିଦର ବୃଦ୍ଧିକୁ ପ୍ରଭାବିତ କରାଇଥାଏ । ଏହି ରସାୟନିକ ପଦାର୍ଥ ଫସଲର ଅଂକୁର ଏବଂ ଉଦ୍ଭିଦ ବୃଦ୍ଧିର ଗତିଶୀଳତାକୁ ବନ୍ଦ କରିଥାଏ । ଏହାର ନକାରାତ୍ମକ ପ୍ରଭାବରେ ନିକଟରେ ଥିବା ଫସଲ ଏବଂ ଉଦ୍ଭିଦ ଗୁଡିକ ଉପରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ ଏବଂ ଗୁରୁତ୍ୱପୂର୍ଣ ମେଟାବୋଲିକ କାର୍ଯ୍ୟ ମନ୍ଥର କରିବାରେ କ୍ଷମତା ରଖିଥାଏ ।
ନାଐଗରି ରାୟଗଡ ଜିଲ୍ଳାର ଅନେକ ଅଞ୍ଚଳରେ ଏକ ପ୍ରମୁଖ ତୃଣକ । ଯାହାକି,ଏହାର ତିବ୍ରତାକୁ ସର୍ଭେ, ମୂଲ୍ୟାଙ୍କନ ଏବଂ ଅଧ୍ୟୟନ କରି ସିଦ୍ଧାନ୍ତ ହୋଇପାରିଛି । ଏହି ବୃକ୍ଷର ପ୍ରଭାବକୁ ଏବଂ ଏଲିଲୋ କେମିକାଲର ତିବ୍ରତାକୁ ଆକଳନ କରିବା ପାଇଁ ରାୟଗଡା ଜିଲ୍ଳାର ବିଭିନ୍ନ ଅଂଚଳରେ ବିଶ୍ଲେଷଣ କରାଯାଇଛି । ଚନ୍ତାର ବିଷୟଯେ ଏହି ତୃଣକ ଗୁଡିକୁ କୃଷି ଜମି ଘେରି ବାଡ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଏହି ବିଷାକ୍ତ ତୃଣକୁ ଏକ କ୍ଷତିକାରକ ଶତୃ କୁହାଯାଏ । ଏହାର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯିବା ଉଚିତ । ଏହାର ବିସ୍ତୃତ ଗବେଷଣା ଆବଶ୍ୟକ ରହିଥିବା ସ୍ଥଳେ କୌଣସି ମତେ ଚାଷ ଜମି ନିକଟରେ ଏହାକୁ ବଂଚିବାକୁ ନଦେବା ପାଇଁ ଯଥେଷ୍ଟ ଧ୍ୟାନ ଦେବା ଉତିଚ ।
ଅନ୍ୟପଟେ ନୀଳଗିରି ବୃକ୍ଷ ବିଭିନ୍ନ ଜଙ୍ଗଲ ବୃକ୍ଷରୋପଣ ଯୋଜନାରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିବା ଦୃଷ୍ଟାନ୍ତ ରହିଛି । ଏବେବି କିଛି ଲୋକଙ୍କ ପ୍ରୟାସରେ ବିଭିନ୍ନ ପ୍ରଜାତିର ନୀଳଗିରି ଖାଲି ଜମିରେ, ଫସଲକ୍ଷେତର ସୀମା, ରାସ୍ତା ପାର୍ଶ୍ୱରେ,ରେଳ ଟ୍ରାକ ଏବଂ କେନାଲରେ ବୃକ୍ଷରୋପଣ କରାଯାଇଥାଏ ଏବଂ ଏହା କମ ମାଟିରେ ଦ୍ରୁତଗତିରେ ବଢି ଥାଏ ଏବଂ ବୃକ୍ଷରୋପଣର ପରବର୍ତୀ ଯତ୍ନବିଶେଷ ନେବାକୁ ପଡି ନଥାଏ ।
ବୃକ୍ଷରୋପଣ ଆଉ ଜଙ୍ଗଲ ସୃଷ୍ଟି ଉପରେ ଗବେଷଣା କରି ବିଶିଷ୍ଟ ଗବେଷକ ମାନେ ମତପ୍ରକାଶ କରିଛନ୍ତି କି ଏହି ବୃକ୍ଷ ଗୁଡିକ ଜଳର ଅତ୍ୟଧିକ ଉପଭୋକ୍ତା ଫଳରେ ( ହାଇଡ୍ରୋଲୋଜିକାଲ ସନ୍ତୁଳନ ) ଭୂତଳ ଜଳସ୍ତର ର ସନ୍ତୁଳନ ନଷ୍ଟ ହୁଏ ଆଉ ଅନ୍ୟ ବୃକ୍ଷର ବୃଦ୍ଧିକୁ ପ୍ରଭାବିତ କରାଇଥାଏ । ଉପରୋକ୍ତ ତଥ୍ୟ ଗୁଡିକ ହେତୁ ଅଭିଯୋଗ ହୋଇଛି ଯେ, ନୀଳଗିରି ବୃକ୍ଷରୋପଣ ଏକ ଅପଚୟ ଏବଂ ଅସ୍ୱାସ୍ଥ୍ୟକର ଉପାଦାନ । ପ୍ରକାଶିତ ସମସ୍ତ ମତକୁ ନେଇ ନୀଳଗିରି ବୃକ୍ଷକୁ ସମ୍ପ୍ରତି ପରିବେଶ ସଂକଟର ଅପରାଧୀ କରିପାରିଛି ଏବଂ ସାମାଜିକ ବିରୋଧି ବୃକ୍ଷର ଆଖ୍ୟା ଦିଆଯାଇଅଛି । ତେଣୁ ବୃକ୍ଷରୋପଣ ଯୋଜନାରେ ଏହା ବାରଣ କରି ହୁଏତ ଏଲିଲୋପାଥିର ରସାୟନିକ ପ୍ରଭାବକୁ ରୋକାଯାଇ ପାରିବ ।
ଡାଲିକୁ ଗରିବ ଲୋକଙ୍କ ମାଂସ ବା ପ୍ରୋଟିନ ବଟିକା ଭାବରେ ବିବେଚନା କରାଯାଏ । ଏଣୁ ଡାଲି ଜାତୀୟ ଫସଲ ଚାଷ କରିବାକୁ ଅଧିକ ଗୁରୁତ୍ୱ ଦିଆଯାଏ । କିନ୍ତୁ ରାୟଗଡ ଜିଲ୍ଲାରେ ନୀଳଗିରି, ନାଗଐରତ ଭଳି ଆହୁରି ଅନେକ ଏକଚାଟିକା ବୃକ୍ଷବା ତୃଣକ ଯଥା ପୋକସୁଙ୍ଗା, ଓଡିଶମାରୀ , ଜରୁ ନାଶକ, ମୟୂର ଚୂଳିଆ, ଗାଜର ଘାସ ଇତ୍ୟାଦି ଏହି ଡାଲି ଜାତୀୟ ଫସଲର ଅଭିବୃଦ୍ଧି/ଅମଳକୁ ଦମନ କରିଚାଲିଛି ଯାହା ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ପୌଷ୍ଟିକ ପୁଷ୍ଟିହିନତାର ଅନ୍ୟ ଏକ କାରଣ ହୋଇପାରେ । ଏହା ଏବେ କୃଷି ବିଶେଷଜ୍ଞ, ପରିବେଶବିତ ଏପରିକି ଜଣେ ସଚେତନ ସାଧାରଣ ବ୍ୟକ୍ତିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଥିରେ ଯାନ୍ତ୍ରିକ ନିୟନ୍ତ୍ରଣ କେବଳ ପ୍ରଭାବଶାଳି ମନେହୁଏ , ତାହାଛଡା ମୂଳ ଅପସାରଣ , ବିହନ ଅପସାରଣ , ବୃକ୍ଷରୋପଣ ସମୟରେ ଉପଯୁକ୍ତ ସତର୍କତା, ଜମି ସଭା ଇତ୍ୟାଦି ଆପଣାଇ ଏଲିଲୋପାଥିକ ପ୍ରଭାବରୁ ଡାଲି ଜାତୀୟ ଫସଲ ଚାଷକୁ ରକ୍ଷା କରିପାରିବା ପାଇଁ ପଦକ୍ଷେପ ନେବା ଉଚିତ ।
ପରିବେଶ ସଂନ୍ତୁଳନ, ବୃକ୍ଷରୋପଣ ଆଉ ଫସଲ ଅମଳ ବୃଦ୍ଧି ଏହି ସମସ୍ତ ଦିଗକୁ ଧ୍ୟାନରେ ରଖି ବନବିଭାଗ ଆଉ କୃଷି ବିଭାଗର ମିଳିତ ଉଦ୍ୟମ ଯଥେଷ୍ଟ ପଦକ୍ଷେପ ହେବା ଉଚିତ । ତାଛଡା ସମଗ୍ର ପରିବେଶ ଏବଂ ପରିବେଶ ସଂପର୍କିତ ସମସ୍ୟା ପ୍ରତି ଏକ ସମ୍ବେଦନଶୀଳ ସଚେତନ ମନୋଭାବର ଜାଗ୍ରତ ଜନସମାଜରେ ସୃଷ୍ଟି କରିବା ଉଚିତମନେହୁଏ । ତେବେ ଯାଇ ଆମେ ଚିର ସବୁଜ ସୁନ୍ଦର ରାୟଗଡା ଜିଲ୍ଳା ଗଢ଼ିପାରିବା ।
ଅଧ୍ୟକ୍ଷ (ସେବା ନିବୃତ)
ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ
ରାୟଗଡ – ୭୬୫୦୦୧

ଦୂରଭାଷ : ୮୨୪୯୪୨୫୫୫୧

Leave A Reply

Your email address will not be published.