
କୋଷାଗୁମୁଡା:- 22/04/26ବସନ୍ତ ପେଗଡ଼ ) କୋଷlଗୁମୁଡା ବ୍ଲକ ସଦରର ବରିଷ୍ଠ କଂଗ୍ରେସ କର୍ମୀ ରମେଶ ଚନ୍ଦ୍ର ପାତ୍ର ଜଗଦଲପୁର ସ୍ଥିତ ଡିମରାପlଲ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l
ସେ ଜଣେ ଅଞ୍ଚଳର ଜଣାଶୁଣା ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ପାତ୍ରଙ୍କ ପିତା ଅଟନ୍ତି l ଗତ ସୋମବାର ସନ୍ଧ୍ୟା ସମୟରେ ଶରୀର ଅସୁସ୍ଥତା ଯୋଗୁଁ ଡିମରପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ମଙ୍ଗଳବାର ଦିନ ସକାଳୁ (62) ତାଙ୍କ ପରଲୋକ ଘଟିଛି l ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବରିଷ୍ଠ କଂଗ୍ରେସ କର୍ମୀ ମାନେ ତାଙ୍କ ବାସଭଵନରେ ପହଂଚି ଶେଷ ଦର୍ଶନ କରିଛନ୍ତି l ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜ଼ିଲ୍ଲା କଂଗ୍ରେସ ସଭାପତି ଲିପିକା ମାଝୀ, ବରିଷ୍ଠ କଂଗ୍ରେସ କର୍ମୀ ସଂଜୀବ ବିଶୋଇ,ବ୍ଲକ କଂଗ୍ରେସ ସଭାପତି ପଦ୍ମସାଇ ମାଳି,କେ. ଏନ ରାଜୁ ପ୍ରମ୍ମୁଖ ବାସଭଵନରେ ଉପସ୍ଥିତ ହୋଇ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି l
