Kcc ବ୍ୟାଙ୍କରେ କୋଟିଏରୁ ଉର୍ଦ୍ଧ ଟଙ୍କା ହଡପ କରି ନିଲମ୍ବିତ ହେଲେ ଶାଖା ପରିଚାଳକ

add-all

ମାଲକାନଗିରି : ମାଲକାନଗିରି KCC ବ୍ୟାଙ୍କ୍ ର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶୁବେନ୍ଦୁ ଖରା ୧ କୋଟି ୭ଲକ୍ଷ ୭୫ ହଜାର ଟଙ୍କା ହଡପ କରିଥିବା ନେଇ ମାଲକାନଗିରି ଥାନାରେ ଅଭିଯୋଗ ହୋଇଛି। ପୋଟେରୁ ଓ ମାଲକାନଗିରି ଲ୍ୟାମ୍ପ ରେ ହିତାଧିକାରୀ ମାନେ ଋଣ ଖାତା ଓ ସେଭିଙ୍ଗ ଏକାଉଣ୍ଟ ରେ ଟଙ୍କା ଜମା କରିବା ପରେ ଏହି ସବୁ ଟଙ୍କା ମୁଖ୍ୟ ଶାଖା କୋରାପୁଟ କେନ୍ଦ୍ରିୟ ସମବାୟ ସମିତି ବା KCC ବ୍ୟାଙ୍କ୍ କୁ ଆସିଥିଲା। ହେଲେ ଏହି ଟଙ୍କାକୁ ଉପରିସ୍ଥ ବ୍ୟାଙ୍କରେ ଜମା ନକରି ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶୁଭେନ୍ଦୁ ଖରା ନିଜ ଆକାଉଣ୍ଟକୁ ନେଇ ଯାଇଛନ୍ତି। ଫଳରେ ହିତାଧିକାରୀ ମାନେ ବାରମ୍ବାର ନିଜ ଜମା ଅର୍ଥ ଫେରସ୍ତ ନପାଇ ସମବାୟ ସମିତିର ମୁଖ୍ୟଙ୍କୁ ଏବାବଦରେ ଅଭିଯୋଗ କରିଥିଲ। ଅଭିଯୋଗ ପାଇବା ପରେ ସମବାୟ ସମିତିର ମୁଖ୍ୟ ତଦନ୍ତ କରିବା ସହ ଅର୍ଥ ହେରଫେର ମାମଲାରେ ଶୁଭେନ୍ଦ୍ର ଖରାଙ୍କୁ ନିଲମ୍ବିତ କରିଥିଲେ । ବ୍ୟାଙ୍କ୍ ର ଜମାରାଶି ହେରଫେର କୁ ନେଇ ସମବାୟ ସମିତି ପଷରୁ ଆଜି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।

ad-week
Leave A Reply

Your email address will not be published.