କୋଟିନଡ଼ା ଥାନର ଅଜବ ନୀତି : ମାଡ଼ ଖାଇଥିବା ଯୁବକଙ୍କୁ ନ୍ୟାୟ ପରିବର୍ତ୍ତେ ମୀମାଂସା ପାଇଁ ଚାପ ପ୍ରୟୋଗ……!

add-all


ବ୍ରହ୍ମପୁର: ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କୋଟିନଡା ଥାନା ଅନ୍ତର୍ଗତ ବଡ଼ଖୋଲି ଗ୍ରାମରେ ଗତ ସୋମବାର ଦିନ ଜଣେ ଯୁବକଙ୍କୁ ମରଣାତଙ୍କ ଆକ୍ରମଣ କରି ଲହୁ ଲୁହାଣ କରାଯାଇ ଥିଲା। ବଡ଼ଖୋଲି ଗ୍ରାମର ଦିପୁ ନାହାକ ସୁପ ଖାଉଥିବା ସମୟରେ ବଡ଼ଖୋଲି ଗ୍ରାମର ଶମ୍ଭୁ ସ୍ୱାଇଁ ଓ ତାର ସହଯୋଗୀ ମାନେ ସୁପ ଦୋକାନ ନିକଟରେ ପହଞ୍ଚି ଦିପୁକୁ ଗାଳିଗୁଲଜ କରିବା ସହ ଏକ ଲୁହା ପଞ୍ଚ ରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ। ଏନେଇ କୋଟିନଡ଼ା ଥାନାରେ ଦିପୁ ପକ୍ଷରୁ ଏତଲା ଦିଆଯାଇଛି।ଏପଟେ ମାଡ଼ ମାରିଥିବା ଯୁବକ ମାନେ ପୁଣି ଦିପୁକୁ ଧମକ ଚମକ ଦେଉଥିବା ବେଳେ ଘଟଣାର ସମାଧାନ ପାଇଁ ରାଜନୈତିକ ଚାପ ସାଙ୍ଗକୁ ଅନ୍ୟ କିଛି ଗୋଷ୍ଠି ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ଆସିଛି। ମାଡ଼ ଖାଇ ରକ୍ତାକ୍ତ ହୋଇ ପୁଣି ଘଟଣାର ସମାଧାନ ପାଇଁ ଚାପ ପ୍ରୟୋଗ ହେଲେ ବି ପୋଲିସ ଚୁପଚାପ ବସିଥିବା ଜଣାପଡିଛି। ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦୃଢ଼ ଦାବୀ ହେଉଛି।

ad-week
Leave A Reply

Your email address will not be published.