
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୮ ଓ ୧୯ ଅପ୍ରେଲ ୨୦୨୬ ତାରିଖରେ ଆୟୋଜିତ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍ରେ ମାଲକାନଗିରି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।
ମାଲକାନଗିରିର ରୟାଲ ଫିଟନେସ ଜିମ୍ରୁ କୁରୁବାନ୍ ଅଲି ସରଦାର, ଆଦର୍ଶ ବିଶ୍ୱାସ, ସଞ୍ଜିତା ହାଳଦାର ଓ ପୀୟୁଷ କୁଲଦୀପ ଭୁବନେଶ୍ୱରକୁ ପ୍ରସ୍ଥାନ କରି ୨୫୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ମୋଟ ୫ଟି ପଦକ ଜିତି ଜିଲ୍ଲାର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲେଖାଇଛନ୍ତି।
ପ୍ରତିଯୋଗିତାରେ କୁରୁବାନ୍ ଅଲି ସରଦାର “ସିଲଭର୍ ଓ ବ୍ରୋଞ୍ଜ” ପଦକ, ଆଦର୍ଶ ବିଶ୍ୱାସ “ବ୍ରୋଞ୍ଜ” ପଦକ, ସଞ୍ଜିତା ହାଳଦାର “ଗୋଲ୍ଡ” ପଦକ ଓ ପୀୟୁଷ କୁଲଦୀପ “ଗୋଲ୍ଡ” ପଦକ ଅର୍ଜନ କରିଥିଲେ।
ଏହି ସଫଳତାର ପଛରେ ଜିମ୍ କୋଚ୍ ସିଦ୍ଧାର୍ଥ ଶଙ୍କର ବେହେରାଙ୍କ ମୂଲ୍ୟବାନ ଭୂମିକା ରହିଛି। ମାଲକାନଗିରି ପରି ଉପାନ୍ତ ଅଞ୍ଚଳରେ ଯୁବସମାଜକୁ ପ୍ରଶିକ୍ଷଣ ଦେଇ ସେ ଏକ ନୂତନ କ୍ରୀଡ଼ା ଯୁଗର ଆରମ୍ଭ କରିଥିବାରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ମଣିଷ ଓ କ୍ରୀଡ଼ାପ୍ରେମୀମାନେ ଏହି ସଫଳତା ପାଇଁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
