ନୟାଗଡ଼ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ…

add-all


ନୟାଗଡ଼:ନୟାଗଡ଼ ରେ ଆନ୍ତର୍ଜାତୀୟ ଯୋଗ ଦିବସ, ଜଗବନ୍ଧୁ ଙ୍କୁ ସମ୍ବର୍ଦ୍ଧିତ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ଅଡିଟୋରିୟମ ଠାରେ ଆଜି ୧୧ତମ ଆନ୍ତଃର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଜାଛି । ମିଳିତ ଜାତିସଂଘ ପକ୍ଷରୁ ଜୁନ ୨୧ ତାରିଖକୁ ଆନ୍ତଃର୍ଜାତିକ ଯୋଗଦିବସ ଭାବେ ସ୍ୱୀକୃତି ମିଳିଥିଲା । ଜୁନ ୨୧ ତାରିଖକୁ ଆନ୍ତଃର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ରାଜ୍ୟ ମତ୍ସ୍ୟ, ପଶୁପାଳନ ଓ କ୍ଷୁଦ୍ର ଶିଳ୍ପ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ,ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ,ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ଯୋଗାଭ୍ୟାସ ,ଶାରିରୀକ ବ୍ୟାୟମ,ଯୋଗକୌଶଳ ଶିକ୍ଷା କରିବା ସହ ଅଭ୍ୟାସ କରିଥିଲେ । ନୂଆଗାଁ ବ୍ଲକ୍ ଚିନ୍ତାମଣି ବିଦ୍ୟାପୀଠ ସମ୍ପଡ଼ା ର ଛାତ୍ର ଜଗବନ୍ଧୁ ସାମନ୍ତରାୟ ଯୋଗ କରି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ, ଆଜି ମନ୍ତ୍ରୀ ନୟାଗଡ଼ ରେ ଯୋଗ ଦିବସରେ ସମ୍ବର୍ଦ୍ଧିତ କରିଛନ୍ତି ।

ad-week
Leave A Reply

Your email address will not be published.