ଗୋରୁପଲ୍ଲ ଙ୍କ ଅବାଧ ବିଚରଣ: ଗମନା ଗମନରେ ବାଧା, ପୋଲିସ ବଦଳ ରେ ଟ୍ରାଫିକ ଜଗୁଛନ୍ତି ଗୋରୁ ଗାଈ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ଦେଇ ଯାଇଥିବା ନୟାଗଡ଼ – ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥରେ ପ୍ରତି ସନ୍ଧ୍ୟାବେଳେ ଗୋରୁ ପଲ୍ଲଙ୍କ ଦ୍ଵାରା ଅବରୋଧ ହୋଇ ରହୁଛି। ଏହି ବୁଲା ଗାଈ ଗୋରୁ ଙ୍କ ଅବାଧ ବିଚରଣ ଫଳରେ ଛୋଟବଡ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି ।ଅନେକ ସମୟରେ କେତେକ ଗାଈଗୋରୁ ଆହତ ହେବା ସହିତ କେତେକ ମୃତ୍ୟୁ ବରଣ କରୁଛନ୍ତି ।ଗାଈ ଗୋରୁ ମାନେ ଅବାଧରେ ବୁଲୁଥିଲେ ମଧ୍ୟ ଗୋପାଳକ ମାନେ କିନ୍ତୁ ନିଜଠାରୁ ଦୋଷ ଛଡ଼ାଇ ରହୁଛନ୍ତି ।ରାସ୍ତା ଅବରୋଧ ଯୋଗୁଁ ଦୁର୍ଘଟଣା ଘଟୁ କିମ୍ବା ଫସଲ ନଷ୍ଟ କରୁ ବା ଅନ୍ୟାନ୍ୟ ଅସୁବିଧା ପାଇଁ ସେମାନଙ୍କର କିଛି ଯାଏ ଆସେ ନାହିଁ ।ଓଡ଼ଗାଁ ଅଞ୍ଚଳରେ ପ୍ରତି ସନ୍ଧ୍ୟାରେ ସିନେମା ହଲ ଛକ, ଗଣେଶ ମାର୍କେଟ, ପାରିବ ମାର୍କେଟ, ହନୁମାନ ଛକ, ରେଞ୍ଜର ଅଫିସ ସାମ୍ନା, ଦଲକ ଛକ ଅଞ୍ଚଳ ରେ ମେଞ୍ଚା ମେଞ୍ଚା ଗାଈଗୋରୁ ମୁଖ୍ୟ ରାସ୍ତାରେ ଶୋଇବା ସହିତ ଖୋଲାରେ ବୁଲୁଛନ୍ତି । ଏହି ସମସ୍ୟା ଦୀର୍ଘଦିନ ଧରି ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଚିନ୍ତାର କାରଣ ହୋଇଛି। ଏହାକୁ ନେଇ ଓଡ଼ଗାଁ ବଜରଙ୍ଗ ଦଳର ଯୁବନେତା ସନ୍ତୋଷ କୁମାର ପ୍ରଧାନ ଏନଏସି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଓଡ଼ଗାଁ ଏନଏସି ରେ ଖୁବ ଶୀଘ୍ର ଏକ ଗୋଶାଳା ନିର୍ମାଣ କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ।

ad-week
Leave A Reply

Your email address will not be published.