ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜନପ୍ରିୟ ପ୍ରଧାନ ଶିକ୍ଷକ ଉଦୟନାଥ ସାହୁଙ୍କ ଦେହାନ୍ତ

add-all

ବାଲିଗୁଡା : ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ଆସିଥିବା ଉଦୟନାଥ ସାହୁଙ୍କ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ନିଜ କେନ୍ଦ୍ରିୟ ବିହାର ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ସାହୁ ବାଲିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଜି.ଉଦୟଗିରି ହବାକ୍ ଉଚ୍ଚ ବିଦ୍ୟାଳୟ, କଙ୍କରୋଡା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଓ ବାଲିଗୁଡ଼ାରେ ପ୍ରଧାନ ଶିକ୍ଷକ ଏବଂ ଟିକାବାଲି ଶିକ୍ଷା ଜିଲ୍ଲାଧିକାରୀ ଭାବେ କାର୍ଯ୍ୟରତ ଥିଲେ l ସେ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ରେ ପତ୍ନୀ ଙ୍କ ସମେତ ଦୁଇ ପୁତ୍ର ଓ ପୁତ୍ରବଧୂ ନାତିନାତୁଣୀ ବନ୍ଧୁ ବାନ୍ଧବ ପ୍ରମୁଖ ଉପସ୍ଥିତ ଥିଲେ। ସେ ଜଣେ ମେଳାପୀ ମିଷ୍ଟଭାଷୀ ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ୧ ୧୯୪୭ ମସିହା ଜାନୁଆରୀ ୧ ତାରିଖ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାହୁଙ୍କ ମୃତ୍ୟୁରେ ପ୍ରାକ୍ତନ ଛାତ୍ର ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ହୃଷୀକେଶ ପାତ୍ର, ଅଶୋକ କୁମାର ପଟ୍ଟନାୟକ, ସ୍ଵଦେଶ ମିଶ୍ର, ଅସିତ୍ ମହାପାତ୍ର ସଚ୍ଚିଦାନନ୍ଦ ପାଢ଼ୀ, ଟି.ଶ୍ରୀନିବାସ ରାଓ, ସୁଦର୍ଶନ ଚୌଧୁରୀ, ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ବିଶ୍ଵଜିତ ଜେନା, ଅମିୟ କୁମାର ରଥ, ଡ଼. ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଙ୍କ ସମେତ ବାଲିଗୁଡ଼ାର ଜନସାଧାରଣ ବୁଦ୍ଧିଜୀବୀ ଶିକ୍ଷାବିତ୍ ବହୁ ଛାତ୍ର ଛାତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.