ବ୍ଲକ ଏ.ଇ.ଇ.ଙ୍କ ବିରୋଧରେ ଅଭିଯୋଗ,:ଲୋକପ୍ରତିନିଧି ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ…

add-all

କୋଟପାଡ଼: କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବାଘ ସିଂ ସନ୍ତୋଷ ବାଘ ସିଂ ଙ୍କ ବିରୋଧରେ ଲୋକପ୍ରତିନିଧି ମାନେ ଜ଼ିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି lପ୍ରାପ୍ତ ସୂଚନା ପ୍ରକାରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟରେ ଅବହେଳା ପ୍ରଦର୍ଶନ, ଲୋକପ୍ରତିନିଧି, ଠିକାଦାରମାନଙ୍କୁ ଦୁର୍ବ୍ୟବହାର ଏବଂ ମନମୁଖୀ କାର୍ଯ୍ୟକୁ ନେଇ କୋଟପାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ଭତ୍ରା,ଜୋନ -1ପରିଷଦ ସଭ୍ୟା ଗୀତା ମାଝୀ ଏବଂ ତ୍ରିପତି ଚାଲାଣ କୋରାପୁଟ ଜ଼ିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଅତିଶୀଘ୍ର ସ୍ଥାନାନ୍ତରଣ ଦାବୀ କରିଛନ୍ତି l ପ୍ରକlଶ ଥାଉକି, 2019 ମସିହାରୁ କାର୍ଯ୍ୟରତ ଏ.ଇ.ଇ.ଙ୍କୁ ଏହିପରି ମନମୁଖୀ କାର୍ଯ୍ୟ ଯୋଗୁଁ 2024 ଶେଷରେ ବୋରିଗୁମ୍ମା ଡେପୁଟେସନରେ ପଠାଯାଇଥିଲା l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୋଟପାଡ଼ ବ୍ଲକରୁ ରିଲିଫ କାହିଁକି କରାଯାଇନି ଏହାକୁ ନେଇ ସାଧାରଣରେ ସନ୍ଦେହ ଜାତ ହୋଇଛି l

ad-week
Leave A Reply

Your email address will not be published.