ବୋଲେରୋରୁ ବିଦେଶୀ ମଦ ଜବତ…

add-all


କାଲିମେଳା,୧୮|୭ କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୋଣ୍ଡା ପଂଚାୟତ ସଙ୍ଗେଲ ଗ୍ରାମରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନିର୍ଦେଶ କ୍ରମେ ଏଏସଆଇ ରାମ ନାଥ ମୁଦୁଲିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ପେଟ୍ରୋଲିଂରେ ଗତକାଲି ବାହାରିଥିଲେ ଏହି ସମୟରେ ସଙ୍ଗେଲ ଗ୍ରାମ ନିକଟରେ ଏକ ବୋଲେରୋ ଗାଡିଥିବା ଦେଖି ସନ୍ଦେହ ହେବାରୁ ଗାଡି ଯାଂଚ କରିବାରୁ ୨୮ଟି କାର୍ଟୁନ ପେଟିରେ ମଦ ଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ ଠାରୁ ୨୩୫ ଲିଟର ୮୦୦ମିଲିଗ୍ରାମ ମଦ ଏବଂ ଗାଡିକୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ଅଂଚଳର ଅରବିନ୍ଦ କୁମାର, କନ୍ଦନ କୁମାର, ଅଭିଷେକ କୁମାର ଏବଂ ବିହାରର ନୀରଜ କୁମାର । ସମସ୍ତେ କାଲିମେଳା ସାଲବଗନ ଠାରେ ଥିବା ମଦ ଦୋକାନର କର୍ମଚାରୀ ଥିବା ଜଣାପଡ଼ିଛି। କାଲିମେଳା ଥାନା କେସ ନମ୍ବର୧୬୪/୨୫ରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.