ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା : ନାରୀ ସମ୍ମାନ ଆଉ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ବିହୀତ ପଦକ୍ଷେପର ସମର୍ଥନ ସ୍ୱରୂପ ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାରେ ଏକ ସଚେତନ ଧର୍ମୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଏକଦିବସୀୟ କର୍ମଶାଳାରେ ନାରୀସୁରକ୍ଷା ବାବଦରେ, ଛାତ୍ରୀମାନଙ୍କ ପ୍ରତି ଅସଦାଚରଣ ବିରୁଦ୍ଧରେ ଏବଂ ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଦିଗରେ ବିଶଦ ଆଲୋଚନା କରାଯାଇଥିଲା। ଏହି ସଚେତନ ଧର୍ମୀ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଯୌନ ନିର୍ଯାତନା ମୁକ୍ତ ଏକ ସୁରକ୍ଷିତ ସମ୍ମାନଜନକ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷଣ ପରିବେଶ ସୃଷ୍ଟି କରିବାର ଶପଥ ଗ୍ରହଣ କରିଥିଲେ। ଏହି କର୍ମଶାଳାରେ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ତଥା ଶକ୍ତି-ଶ୍ରୀ ଆପ୍, ୧୮୧ ହେଲ୍ପଲାଇନ୍ ନମ୍ୱର୍ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହ ସେପରି କିଛି ସମ୍ଭାବ୍ୟ ପରିସ୍ଥିତିରୁ କିପରି ମୁକୁଳି ହେବ ସେଥି ପ୍ରତି ସତର୍କ ରହିବାକୁ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅଧ୍ୟକ୍ଷ ,ଅଧ୍ୟାପକ ଓ ଅଧ୍ୟାପିକାମାନେ ବିଶେଷ ଆଲୋକପାତ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଭ୍ୟନ୍ତରୀଣ ଅଭିଯୋଗ ସମିତି ସଦସ୍ୟମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ସଦସ୍ୟମାନେ ନିଜ ନିଜ ଭୂମିକା ବିଷୟରେ ସୁନ୍ଦର ଭାବରେ ବୁଝାଇ ସଂକ୍ଷେପ ସରଳ ବକ୍ତବ୍ୟ ପ୍ରଦାନ ରଖିଥିଲେ। ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ କିପରି ସଚେତନ କରାଇପାରିବେ ସେ ସମ୍ବନ୍ଧରେ ଖୁବ୍ ସଂକ୍ଷେପରେ କହିଥିଲେ।

ad-week
Leave A Reply

Your email address will not be published.